କନକ ବ୍ୟୁରୋ : ବନ୍ଦ ହେଲା ରାଜଧାନୀର ୧ ନମ୍ବର ହାଟ । ଆସନ୍ତା ମଙ୍ଗଳବାର ଯାଏଁ ୧ ନମ୍ବର ହାଟକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦୈନିକ ହାଟ ବ୍ୟବସାୟୀ ସଂଘ । ବିଶେଷ କରି ପନିପରିବା ପାଇଁ ୧ ନମ୍ବର ହାଟ ଉପରେ ନିର୍ଭର କରୁଥିବା ରାଜଧାନୀବାସୀ ଓ ଦୋକାନୀଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ ।
ଭୁବନେଶ୍ୱର ୧ ନମ୍ବର ହାଟରେ ପାର୍କିଂ ସମସ୍ୟାକୁ ନେଇ ବ୍ୟବସାୟୀ ସଂଘ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ପାର୍କିଂ ସମସ୍ୟା ସମାଧାନ ହୋଇନି, ସେ ପର୍ଯ୍ୟନ୍ତ ହାଟ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି । ସେପଟେ ପାର୍କିଂ ସମସ୍ୟାକୁ ନେଇ ଆଲୋଚନା ପରେ ବିଏମସି ମଙ୍ଗଳବାର ଯାଏଁ ସମୟ ମାଗିଥିବାରୁ ମଙ୍ଗଳବାର ଯାଏଁ ହାଟ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।
ସଂଘର ଅଭିଯୋଗ ମୁତାବକ, ୧୯୫୬ ମସିହାରେ ଜିଏ ବିଭାଗର ୩.୮୨୨ ଏକର ଜାଗାରେ ଏହି ହାଟ ଆରମ୍ଭ ହୋଇଥିଲା। ପରିଚାଳନା ତଥା ଉନ୍ନତୀକରଣ ପାଇଁ ଜିଏ ବିଭାଗ ୧୯୮୪ ମସିହାରେ ହାଟକୁ ତତ୍କାଳୀନ ଭୁବନେଶ୍ବର ମୁନିସିପାଲିଟିକୁ ହସ୍ତାନ୍ତର କରିଥିଲା । ସେତେବେଳେ ରଖା ଯାଇଥିବା ଏକାଧିକ ସର୍ତ୍ତ ମଧ୍ୟରୁ ଥିଲା, ମାର୍କେଟ ପରିସରରେ ହୋଲ୍ ସେଲ୍ ପରିବା ବ୍ୟବସାୟ ହୋଇପାରିବ ନାହିଁ, ଏହି ହାଟର ଆଖପାଖ ରାସ୍ତାରେ ବଡ଼ ଗାଡ଼ି ଟ୍ରକ୍, ଲରିକୁ ଅନୁମତି ଦିଆଯିବ ନାହିଁ, ହାଟର ଉତ୍ତର ପାର୍ଶ୍ବକୁ ଫାଟକ ଖୋଲିବ ନାହିଁ ।
ଭାରୀଯାନ ପ୍ରବେଶ ନ କରିବା ପାଇଁ ପରିବା ହାଟ ରାସ୍ତାରେ ବିଡିଏ ବ୍ୟାରିୟର ତିଆରି କରିଥିଲା । ହେଲେ ପରିବା ହାଟକୁ ଗାଡ଼ି ଆସିବା ପାଇଁ ବିଏମସି ଏହାକୁ ରାତାରାତି ଉଚ୍ଛେଦ କରିଦେଲା । ଉତ୍ତର ପାର୍ଶ୍ବକୁ ଏକ ଫାଟକ ବି ଖୋଲିଲା । ଏହି ରାସ୍ତାରେ କିଛି ବ୍ୟବସାୟୀ ବସିଲେ । ଫଳରେ ବିଭିନ୍ନ ସମୟରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି କଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/09/10-34.jpg)