ଭୁବନେଶ୍ୱର : ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଲୁଟ୍ ଘଟଣାରେ ୨ଅଭିଯୁକ୍ତଙ୍କୁ ଟ୍ରାଜିଂଟ ରିମାଣ୍ଡରେ ନେଲା କମିଶନରେଟ ପୁଲିସ । ବିହାରର କୌଶଲ କୋର୍ଟ ୭ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେବା ପରେ ଆଜି କମିଶନରେଟ ପୁଲିସ ଲୁଟେରାଙ୍କୁ ଆଣି ଭୁବନେଶ୍ୱରରେ ପହଂଚିଛି ।
ଏହାସହ ଲୁଟ୍ ଘଟଣାରେ ସମ୍ପୃକ୍ତ ଗୋଟିଏ ଟ୍ରକ ଜବତ କରାଯାଇଛି । ଏହି ଟ୍ରକରେ ଡକାୟତମାନେ ପଳାଇ ଥିଲେ ବୋଲି ସୂଚନା ମିଳିଛି । ଏହି ଡକାୟତି କମିଶନରେଟ ପୁଲିସର ମୁଣ୍ଡ ବିନ୍ଧାର କାରଣ ହୋଇଥିଲା । ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ, ୩ଟି ଟିମ୍ ଗଠନ କରିଥିଲେ । ଏବଂ ଖୁବ୍ ଶୀଘ୍ର ଏମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
ସଂଜୀବ ଅରୋରାଙ୍କ ନେତୃତ୍ୱରେ ଯାଇଥିବା ଟିମକୁ ମିଳିଥିଲା ସଫଳତା । ଦୁଇ ଦିନ ତଳେ ବିହାରର ବେଗୁସରାଇରୁ ଡକାୟତ ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଥିଲା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-17-10h09m47s332.png)