କନକ ବ୍ୟୁରୋ : ବୁଲେଟରେ ମଡି ଫାଏଡ ସାଇଲେନ୍ସର ଲଗାଇଲେ ସିଜ ହେବ ବାଇକ୍ । ଏଣିକି ଥାନାରୁ ଫାଇନ ଦେଇ ଖସିପାରିବେନି ଚାଳକ । ରାଜଧାନୀ ରାଜରାସ୍ତାରେ ସାପ ଖେଳାଇଲା ଭଳି ବାଇକ ଚଳାଉଥିବା ରୋମିଓଙ୍କୁ କୋର୍ଟର ରାସ୍ତା ଦେଖାଇଦେଇଛି କମିଶନରେଟ୍ ପୁଲିସ । ବିପଦପୂର୍ଣ୍ଣ ଗାଡି ଚାଳନା କରି ବାଇକରୁ ବିକଟାଳ ଶବ୍ଦ ବାହାର କରୁଛନ୍ତି ରୋମିଓ । ଆଉ ଏମାନଙ୍କୁ ସାବାଡ କରିବାକୁ ଅଣ୍ଟା ଭିଡିଛି କମିଶନରେଟ ପୁଲିସ । ରବିବାରଦିନ ଭୁବନେଶ୍ୱର ଟ୍ରାଫିକ ଥାନାରେ ଶତାଧିକ ବାଇକ ଚାଳକ ଓ ମାଲିକଙ୍କୁ ଦେଖିବାକୁ ମିଳିଥିଲା । ତେବେ ପୁଲିସର ଆକ୍ସନ ନେଇ ପ୍ରଶ୍ନ ଉଠାଇଛନ୍ତି ଗାଡି ଚାଳକ ।

Advertisment

ପୂର୍ବରୁ ଏଭଳି ବେଆଇନଭାବେ ଗାଡିରେ ସାଇଲେନ୍ସର ଲଗାଉଥିବା ବ୍ୟକ୍ତିଙ୍କ ପାଇଁ ଫାଇନ ଆଦାୟ ହେଉଥିଲା । କିନ୍ତୁ ନିୟମକୁ ଏବେ କଡାକଡି କରାଯାଇଛି । ଏବେ ଧରାପଡିଲେ
-ବାଇକ ମାଲିକ ଜୋରିମାନା ଦେବେ
-ଗାଡିରୁ ସାଇଲେନ୍ସର କାଢିନେବ ପୁଲିସ
-ଟ୍ରାଫିକ ପୁଲିସ ଆଗରେ ନିଜ ଆଗରେ ନୂଆ ଓ ଠିକ ମାନଥିବା ସାଇଲେନ୍ସର ଲଗାଇବେ
-ଏହା ପରେ କୋର୍ଟ ପିଆର ବଣ୍ଡରେ ଗାଡିକୁ ଛାଡିବ

ଆଗକୁ ପାର୍ବଣ ଋତୁ । ଏଥିପାଇଁ ରାଜଧାନୀର ୧୩ଟି ସ୍ଥାନରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଯାଇଛି । ଏହାଛଡା ଭୁଲ ରାସ୍ତାରେ ଡ୍ରାଇଭିଙ୍ଗ, ସ୍ପିଡ, ପଲ୍ୟୁସନ ଓ ହେଲମେଟ ଉପରେ କଡା ନଜର ରଖିଛି ଟ୍ରାଫିକ କଂଟ୍ରୋଲ ରୁମ୍ । ଏହାଛଡା ବାଇକ ମଡିଫାଏଡ କରୁଥିବା ସ୍ପେୟାର ପାର୍ଟସ ଦୋକାନାରେ ଖୁବଶୀଘ୍ର ଚଢାଉ ହେବ ।