ଆଜି ନନ୍ଦନକାନନରେ ପୁଣି ଗଡିବ ଟୟ ଟ୍ରେନ୍ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗଡିବାର ଗୋଟିଏ ଦିନ ପରେ ବନ୍ଦ ହୋଇଯାଇଥିଲା ଚଳାଚଳ 

Advertisment
ଆଜି ନନ୍ଦନକାନନରେ ପୁଣି ଗଡିବ ଟୟ ଟ୍ରେନ୍ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗଡିବାର ଗୋଟିଏ ଦିନ ପରେ ବନ୍ଦ ହୋଇଯାଇଥିଲା ଚଳାଚଳ 

କନକ ବ୍ୟୁରୋ : ଆଜିଠୁ ନନ୍ଦନକାନନରେ ପୁଣିଥରେ ଗଡିବ ଟୟ ଟ୍ରେନ୍ । ନିକଟରେ ଏହି ଟ୍ରେନର ଇଞ୍ଜିନରେ ଯାନ୍ତ୍ରିକ ତୃଟି ପରିଲିକ୍ଷିତ ହୋଇଥିଲା । ଏହାପରେ ମରାମତି ହେଉଥିବାରୁ ଏହି ସେବା ବନ୍ଦ ରହିଥିଲ।। ଏବେ କିନ୍ତୁ ଇଞ୍ଜିନରେ ଥିବା ତ୍ରୁଟିକୁ ସୁଧାର କରାଯାଇଛି । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରାଳୟ ଅଧୀନରେ ଥିବା ପିଏସୟୁ ରାଇଟସ ଏ ନେଇ ଅନୁମତି ଦେବା ପରେ ଆଜି ପୁଣିଥରେ ଟୟ ଟ୍ରେନ ଗଡିବାକୁ ଯାଉଛି ।

ଦୈନିକ ୬ଟି ଟ୍ରିପ ରହିଛି । ସକାଳ ୧୦ଟାରୁ ଆରମ୍ଭ ହୋଇ ଏହି ଟ୍ରିପ ଅପରାହ୍ନ ୪ଟା ଯାଏ ଚାଲିବ । ମୋଟ୍ ୬ ଘଂଟାରେ ୬ଟି ଟ୍ରିପ ରହିଛି । ଏହି ଟୟ ଟ୍ରେନରେ ଯିବାକୁ ହେଲେ ୩୦ ମିନିଟ ପୂର୍ବରୁ ଟିକେଟ କାଟିବାକୁ ହେବ । ପ୍ରତି ଟ୍ରିପରେ ୭୨ ଜଣ ଯାତ୍ରୀ ଏହି ଟ୍ରେନରେ ବସିପାରିବେ । ଯଦି ଆଗାମୀ ଦିନରେ କୌଣସି ସମସ୍ୟା ନଉପୁଜେ ତାହେଲେ ଶୁକ୍ରବାର ପାଖରୁ ଯାତ୍ରୀଙ୍କ ସଂଖ୍ୟା ବଢାଯିବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe