କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ । ଆଜିଠାରୁ ଏହି ଟୟ ଟ୍ରେନ୍ ସେବା ଆରମ୍ଭ ହୋଇଛି । ବହୁ ବର୍ଷ ପରେ ପର୍ଯ୍ୟଟକ ଡବଲ ମଜା ନେଇପାରିବେ । ଟ୍ରେନରେ ବୁଲିବା ସହ କାଞ୍ଜିଆ ହ୍ରଦ, ଜଳହସ୍ତି ଖୁଆଡ, ତୃଣଭୋଜି ଖୁଆଡ ଭଳି ଅନେକ ଜୀବଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ୪ଟି ବଗି ବିଶିଷ୍ଟ ଟ୍ରେନରେ ୭୨ଟି ସାଧାରଣ ସିଟ୍ ଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ୨ଟି ସିଟ୍ ରହିଛି । ଦେଢ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ୍ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୁଲେଟ୍ ଟଏ ଟ୍ରେନ୍ । ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟୟ ଟ୍ରେନରେ ଉଦଘାଟନ କରିବା ସହ ରୋପ ୱେର ଶିଳାନ୍ୟାସ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୪ ମସିହାରୁ ଶିଶୁ ରେଳ ଗାଡ଼ି ଅଚଳ ହୋଇପଡ଼ିଛି। ଭାରତୀୟ ରେଳବାଇ ସୁପାରିଶକ୍ରମେ ୨୦୧୬ ଡିସେମ୍ବର ୯ରୁ ରାଇଟସ୍ ଲିମିଟେଡ୍ ପକ୍ଷରୁ ଶିଶୁ ରେଳ ନବୀକରଣ ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା। ପର୍ଯ୍ୟଟକ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ପରିସୀମାକୁ ବୃଦ୍ଧି କରାଯାଇଛି । ରେଳ ଧାରଣା ପାର୍ଶ୍ବରେ ତୃଣଭୋଜି ଜୀବମାନଙ୍କୁ ଛଡ଼ାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ଲାଗି ଡିଜେଲ ଇଂଜିନ ପରିବର୍ତ୍ତେ ବ୍ୟାଟେରି ଚାଳିତ ଇଂଜିନ ବ୍ୟବହାର କରାଯାଇଛି । ରେଳ ଧାରଣରେ ସିମେଣ୍ଟ କଂକ୍ରିଟ ନିର୍ମିତ ସ୍ଲାବ୍ ପକାଯାଇଛି । ଗୋଟିଏ ଡବଲ ବ୍ୟାଟେରି ଇଂଜିନରେ ୫ଟି ବଗି ଲଗାଯାଇଛି ଓ ଏଥିରେ ୭୨ ଯାତ୍ରୀଙ୍କ ଯାତ୍ରା କରିବାର ବ୍ୟବସ୍ଥା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/25-6.jpg)