‘ବିମାନ’ ଶ୍ରେୟ ପାଇଁ ବୟାନବାଜି! ବିଜେଡି କହିଲା ନବୀନଙ୍କ ପାଇଁ ସୁରତକୁ ଉଡିଲା ବିମାନ । ବିଜେପିର ଜାବବ, ବାହା ବାହା ନେଉଛି ବିଜେଡି ।

414

କନକ ବ୍ୟୁରୋ: ରାଜନୀତିକୁ ଡେଇଁଲା ‘ସୁରତ ବିମାନ’ ଶ୍ରେୟ ନିଆଁ । ଭୁବନେଶ୍ୱରରୁ ସୁରତକୁ ଉଡ଼ିଥିବା ବିମାନ ପଛରେ ଶ୍ରେୟ କାହାର ନେଇ ବିଜେଡି ବିଜେପି ମଧ୍ୟରେ ବୟାନବାଜି । ସୂଚନା ମୁତାବକ ସୁରତରେ ଆୟୋଜିତ ଏକ ପ୍ରବାସୀ ଓଡ଼ିଆ ସମ୍ମିଳନୀରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କହିଥିଲେ କି, ଭୁବନେଶ୍ୱରରୁ ସୁରତ ବିମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କ ପାଇଁ ସମ୍ଭବ ହୋଇପାରିଲା । ଆଉ ଏହାର ଶ୍ରେୟ ନବୀନ ବାବୁଙ୍କର, ଏହାକୁ ନେଇ ଆରମମ୍ଭ ହୋଇଛି ନୂଆ ବିବାଦ । ଏପରିକି ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ମଧ୍ୟ ‘ସୁରତ ବିମାନ’ର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କର । ଏପରିକି ବିଜେପି ଏନେଇ ବାହା ବାହା ନେଉଥିବା କହିଛନ୍ତି ପ୍ରମିଳା ।

ସେପଟେ ଏହାକୁ ନେଇ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ବିଜେଡିକୁ କାଉଣ୍ଟର କରିଛନ୍ତି । ପ୍ରଥମେ ସୂର୍ଯ୍ୟପାତ୍ରଙ୍କୁ କାଉଣ୍ଟର କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି କି, ବାଚସ୍ପତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କ ପଦ ମର୍ଯ୍ୟାଦା ବଜାୟ ରଖନ୍ତୁ । କୌଣସି ଦଳୀୟ ଭାବନା ରଖି ବୟାନ ନଦିଅନ୍ତୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ପରାମର୍ଶ ଦିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ପୃଥ୍ୱୀରାଜ ।

ଆଉ ମଧ୍ୟ କହିଛନ୍ତି, ସୁରତକୁ ବିମାନ ଉଡିବା ପଛରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ରହିଛି ତାହା କହିବା ସମ୍ବୂର୍ଣ୍ଣ ଭୁଲ, କାରଣ ସୁରତକୁ ବିମାନ ଉଡ଼ାଣ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ନେତାଙ୍କ ଉଦ୍ୟମରେ ସମ୍ଭବ ହୋଇପାରିଛି । ଆମେ ଗ୍ରହଣ କରୁଛୁ ନବୀନ ବାବୁ ଚିଠି ଲେଖି କେନ୍ଦ୍ରକୁ ଜଣାଇଥିଲେ କିନ୍ତୁ ଏହାକୁ କେବଳ ତାଙ୍କର ଶ୍ରେୟ କହିବା ଏକ ବାହା ବାହା ନେବା ସଦୃଶ ।