କନକ ବ୍ୟୁରୋ : ମନ୍ଦିରରେ କଳା କନା ବୁଲାଇଲେ ଚୋର । ପାଖାପାଖି ୫ ଲକ୍ଷ ଟଙ୍କାର ଠାକୁରଙ୍କ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସହିଦନଗର ଥାନା ନିକୋ ପାର୍କ ନିକଟ ତିନିମୁଣ୍ଡିଆ ଛକ ନିକଟରେ ଥିବା ସୁନଦେଇ ମନ୍ଦିରରୁ ହୋଇଛି ଲୁଟ । ମନ୍ଦିରରେ ପୂଜା ପାଆନ୍ତି ମା' ସୁନାଦେଇ । ସୋମବାର ଭୋର୍ ବେଳେ ଏହି ଚୋରି ହୋଇଥିବା ସୂଚନା । ମା'ଙ୍କ ରୂପା ଆଖି , ରୂପା ମୁକୁଟ, ସୁନା ଅଳଙ୍କାର ସବୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ନିକଟରେ ଥିବା ମଙ୍ଗଳା ମନ୍ଦିରରୁ ମଧ୍ୟ ଦୁର୍ବୃତ୍ତ ଚୋରି କରିଛନ୍ତି  । ଏ ନେଇ ମନ୍ଦିର କମିଟି ପକ୍ଷରୁ ସହିଦ ନଗର ଥାନାରେ ଏକ ଏତଲା ଦିଆଯାଇଛି

Advertisment