ପ୍ରବଳ ତାତିରେ ସିଝୁଛି ସାରା ରାଜ୍ୟ । ଗଲା ଦୁଇଦିନ ହେବ ସାରା ରାଜ୍ୟରେ ଖରାର ସ୍ଥିତି ଅସମ୍ଭାଳ ହୋଇପଡିଛି । ଉପକୂଳ , ଆଭ୍ୟନ୍ତରୀଣ ଓ ପଶ୍ଚିମଓଡିଶାରେ ନିଆଁ ବର୍ଷା ହେଉଛି । ଖାସ୍ କରି ରାଜଧାନୀର ପାରା ୪୩ରୁ ତଳକୁ ଖସୁନି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହିଟ୍ ୱେଭ୍ର ସତର୍କ ସୂଚନା ମଧ୍ୟ ଜାରି କରିଦିଆଯାଇଛି । ତେବେ ବଢିଚାଲିଥିବା ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଜନତା । ଦିନ ୧୧ଟା ପରଠାରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ରାସ୍ତାଘାଟ ପୁରା ଶୁନଶାନ୍ ପାଲଟିଯାଉଛି, ସାଧାରଣ ଜନଜୀବନ ଠପ୍ ହୋଇଯାଇଛି ।
ତାତିରେ ଜଳୁଛି ସାରା ଓଡିଶା,ଦୁଇଦିନ ହେଲା ୪୩ରୁ ଖସୁନି ରାଜଧାନୀର ପାରା
/kanak/media/post_attachments/wp-content/uploads/2016/04/vlcsnap-2016-04-08-12h38m52s479.png)