ଭୁବନେଶ୍ୱରର ସୁପର ସ୍ପ୍ରେଡର । ଅଟାକଳ ସଂସ୍ପର୍ଶରେ ଆସି ୩୫ ଜଣ ଚିହ୍ନଟ : ଏଯାଏଁ କମ୍ପାନୀର ୬୧ ଜଣ କରୋନା ଆକ୍ରାନ୍ତ

Advertisment
କରୋନା ଆସିଲା ଅଟାକଳରୁ... ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଞ୍ଚେଶ୍ୱର ସୁପରସ୍ପ୍ରେଡର । ପୁଣି ଅଟାକଳର ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫ ଜଣ ଆକ୍ରାନ୍ତ । ଅଟାକଳ ଲିଙ୍କରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଲାଣି

କନକ ବ୍ୟୁରୋ : ଭୁବନେଶ୍ୱରରେ ଚିନ୍ତା ବଢ଼ାଇଲେ ମଂଚେଶ୍ୱରର ସୁପରସ୍ପ୍ରେଡର । ମଂଚେଶ୍ୱରରର ଏକ ଅଟାକଳର କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ସେହି ଅଟାକଳର ୨୬ ଜଣ କର୍ମଚାରୀ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଅଟାକଳରୁ ୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ସେପଟେ ରିସ୍ତା ପ୍ରଡକ୍ଟ ମ୍ୟାନେଜିଂ ଡାଇରେକ୍ଟର ସୁବାସ ଗୁପ୍ତା କହିଛନ୍ତି, ମଂଚେଶ୍ୱରରେ ତାଙ୍କର ଯେଉଁ ଫ୍ୟାକ୍ଟ୍ରି ଅଛି ତାହା ବନ୍ଦ ଥିଲା ।

ମଂଚେଶ୍ୱର ଫ୍ୟାକ୍ଟ୍ରି ୧୭ ତାରିଖରୁ ବନ୍ଦ ଅଛି । ଜଣେ ଷ୍ଟାଫ ପଜିଟିଭ୍ ବାହାରିବା ପରେ ନିଜ ଟଙ୍କାରେ ସବୁ କର୍ମଚାରୀଙ୍କ ଟେଷ୍ଟ କରାଯାଇଛି । ଏହାପରେ ଆକ୍ରାନ୍ତ ଥିବା କର୍ମଚାରୀଙ୍କୁ ଚିହ୍ନଟ କରିବା ବିଏମସି ପାଇଁ ସହଜ ହୋଇଛି । ପ୍ରତିପକ୍ଷ ତାଙ୍କ କମ୍ପାନୀ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର କରୁଥିବା ନେଇ ମଧ୍ୟ ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe