ଭୁବନେଶ୍ୱରରେ ପୁଣି ଆତଙ୍କ : ଘାଟିକିଆରୁ ପୁଣି ଝୁଲନ୍ତା ମୃତଦେହ ଠାବ; ଜଙ୍ଗଲ ଭିତରେ ଝୁଲିରହିଛି ମୃତଦେହ, ୧୫ରୁ ୨୦ ଦିନ ଧରି ଝୁଲିରହିଥିବା ଅନୁମାନ

203

କନକ ବ୍ୟୁରୋ : ରାଜଧାନୀରେ ଝୁଲନ୍ତା ମୃତଦେହ ଠାବ । ଭୁବନେଶ୍ୱର ଘାଟିକିଆ ଅଂଚଳରେ ଏକ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଘାଟିକିଆ ଅଂଚଳର ଏକ ଜଙ୍ଗଲ ଭିତରେ ମୃତଦେହଟି ଝୁଲି ରହିଥିବା ସୁଚନା ମିଳିଛି । ମୃତଦେହଟି ୧୦ରୁ ୧୫ ଦିନ ହେଲା ଝୁଲି ରହିଥିବା ନେଇ ଅନୁମାନ କରାଯାଉଛି । ଏପରିକି ଝୁଲି ରହିଥିବା ମୃତ ଦେହର ଆଣ୍ଠୁ ତଳକୁ କୁକୁର ଖାଇଦେଇଥିବା ସନ୍ଦେହ କରାଯାଉଛି ।