ହଷ୍ଟେଲ ପରିସରରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଶବ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି ପୋଲିସ

509

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ହଷ୍ଟେଲ ପରିସରରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାଁ ରୁପାଞ୍ଜିତା ଦାସ ଓ ତାଙ୍କ ଘର ଯାଜପୁର ଜିଲ୍ଲାରେ ଜଣାପଡିଛି । ବୁଧବାର ରାତିରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଚନ୍ଦ୍ରଶେଖରପୁର ଥାନା ଅଧିନ ସରକାରୀ ପଲିଟେକନିକ ପରିସରରେ ଥିବା ଫାର୍ମାସିାଷ୍ଟ ବିଭାଗର ହଷ୍ଟେଲ ପରିସରରୁ ଛାତ୍ରୀଙ୍କ ମୃତଦେହ ମିଳିଥିବା ପୋଲିସ କହିଛି ।

ମୃତ ଯୁବତୀ ଫାର୍ମାସିଷ୍ଟର ପ୍ରଥମ ବର୍ଷ ଛାତ୍ରୀ ଥିଲେ । ହଷ୍ଟେଲର ଏକ ରୁମରେ ଛାତ୍ରୀ ଜଣଙ୍କ ତାଙ୍କ ଓଢଣୀରେ ପଙ୍ଖାରେ ଝୁଲୁଥିବା ପୋଲିସ ଦେଖିବାକୁ ପାଇଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।