କନକ ବ୍ୟୁରୋ : ଦୀପାବଳିରେ ସମସ୍ତେ ଖୁସିରେ ବାଣ ଫୁଟାଉଥିବା ବେଳେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । କିପରି ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ବର୍ବରତାର ସବୁ ସୀମା ଟପିଯାଇଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି । ବାଟ ଫୁଟାଇବା ଖୁସୀ ପାଇଁ କୁକୁର ଲାଞ୍ଜରେ ବାଣ ଖଞ୍ଜିବାକୁ ପଛାଇନାହିଁ ମଣିଷ । ଆଉ ଶେଷରେ ରାସ୍ତା କଡରେ ପଡି ପଡି କୁକୁରଟି ଜୀବନ ହାରିଦେଇଛି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ସବୁଠୁ ବ୍ୟସ୍ତବହୁଳ ରାସ୍ତା ଜନପଥରେ ।
ସୂଚନା ମୁତାବକ ଦୀପାବଳିରେ କିଛି ଦୁର୍ବୃତ୍ତ ଜନପଥ ରାସ୍ତାରେ ଥିବା ଏକ ହୋଟେଲ ସମ୍ମୁଖରେ ବାଣ ଫୁଟାଉଥିଲେ । ଏହି ସମୟରେ ପାଖରେ ବୁଲୁଥିବା ବୁଲା କୁକୁରଟିକୁ ସେମାନେ ଖାଦ୍ୟ ଦେଖାଇ ପାଖକୁ ଡାକିଥିଲେ । କୁକୁରଟି ପାଖକୁ ଆସିବା ପରେ ତା ପଛ ଗୋଡରେ ବାଣ ଖଞ୍ଜି ଫୁଟାଇଥିଲେ । ବାଣ ଫୁଟିବା ପରେ କୁକୁରର ଗୁପ୍ତାଙ୍ଗ ଓ ପଛପଟର ଗୁରୁତର ଆଘାତ ଲାଗିଥିଲା । କୁକୁରଟି ରାସ୍ତା କଡରେ ପଡି ଛଟପଟ ହେଉଥିବି ଦୁର୍ବୃତ୍ତଙ୍କ ମନ ଏତିକିରେ ଶାନ୍ତି ହୋଇନଥିଲା । ପରେ ସେମାନେ କୁକୁରର ବେକରେ ଆଉ ବାଣ ବାନ୍ଧୀ ଫୁଟାଇଥିଲେ ।
କୁକୁରଟି ଶରୀର ପୁରା କ୍ଷତାକ୍ତ ହେବା ସହ ଦରମରା ଅବସ୍ଥାକୁ ଆସିବା ପରେ ସେମାନେ ସେଠାରୁ ପଳାଇଯାଇଥିଲେ । ଶେଷରେ କୁକୁରଟି ରାସ୍ତା କଡରେ ପଡି ଜୀବନ ହାରିଛି । ବିଏମସିର ସଫେଇ କର୍ମଚାରୀ କୁକୁରର ମୃତ ଶରୀରକୁ ଅଳିଆ ବୁହା ଗାଡିରେ ନେଇ ଫୋପାଡି ଦେଇଥିଲେ । ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୁଲିସ ଚୁପ୍ ବସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/24-11.jpg)