ବିପଦର ବନ୍ଧୁ ସାଜିଛନ୍ତି ଅଟୋ ଚାଳକ

95

କନକ ବ୍ୟୁରୋ : ଅଟୋ ସାଜିଛି ବିପଦର ବନ୍ଧୁ । ଦୁର୍ଘଟଣାରେ ରାସ୍ତାରେ ପଡିଥିବା ଲୋକଙ୍କୁ ତୁରନ୍ତ ମାଗଣାରେ ହସ୍ପିଟାଲ ନେଇ ଯାଉଛି ଅଟୋ । ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏଭଳି ନିଆରା ଜନହିତକର କାର୍ଯ୍ୟ । ଭୁବନେଶ୍ୱରର ପ୍ରାୟ ୫ ହଜାର ଅଟୋ ଚାଳକ ମିଶି ଏଭଳି କାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି ।

ଅଟୋଚାଳକମାନେ ମଦ ଛାଡି ରକ୍ତଦାନ ଭଳି ମହତ୍ୱ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏଥି ସହ ଦୁର୍ଘଟଣାଗସ୍ତ ଲୋକଙ୍କୁ ମେଡିକାଲ ନେବା ପାଇଁ ଆଗେଇ ଆସିଛନ୍ତି ଏହି ଅଟୋ ଚାଳକ । କେବଳ ସେତିକି ନୁହେଁ ଅଟୋରେ ଯାତ୍ରୀ ଛାଡିଦେଇଥିବା ପର୍ସ, ଲାପଟପ୍ ମୂଲ୍ୟବାନ୍ ସାମଗ୍ରୀ ବି ସେମାନଙ୍କ ନିକଟରେ ଫେରାଇ ଦେଇ ପ୍ରଂଶସା ସାଉଁଟିଛନ୍ତି ।