କନକ ବ୍ୟୁରୋ : ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ହେବା ପରେ ଆତଙ୍କୀଙ୍କ ନଜର ରାଜଧାନୀ ଉପରେ ଥିବା ନେଇ ଚର୍ଚ୍ଚା ବଢ଼ିଛି। ବଡ଼ କଥା ହେଉଛି ବାଂଲାଦେଶରେ ହ୍ୟାଣ୍ଡଲର ବସିଥିବା ବେଳେ ଓଡ଼ିଶାକୁ ପାକିସ୍ତାନ ଓ ଚୀନରୁ ଆସୁଥିଲା ଫୋନ୍ କଲ୍। ସିମ୍ ବକ୍ସ ଜବତ ଘଟଣାରେ ପୋଲିସ ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ନାମକ ଯୁବକକୁ ଗିରଫ କରିଛି। ଆଉ ରାଜୁଠାରୁ ପୋଲିସକୁ ମିଳିଛି ଅନେକ ଗୁରୁତ୍ୱପୁର୍ଣ ତଥ୍ୟ।

Advertisment

ଭୁବନେଶ୍ୱର ଉପରେ ଆତଙ୍କବାଦୀଙ୍କ ଆଖି! ପାକିସ୍ଥାନ, ଚୀନ୍, ବାଂଲାଦେଶରୁ ଆସୁଛି ଫୋନ୍ କଲ୍। ଆଇଏସଆଇ ଲିଙ୍କ ନେଇ ବଢିଲା ଚର୍ଚ୍ଚା! ଓଡିଶାର ରାଜଧାନୀ ଭୁବନେଶ୍ୱରରୁ ସାତଟି ସିମ ବକ୍ସ ଓ ସାତ ଶହରୁ ଅଧିକ ସିମ୍ କାର୍ଡ ଜବତ ପରେ ଏବେ ସାରା ରାଜ୍ୟରେ ହଇଚଇ। ମାମଲାରେ  ଆତଙ୍କବାଦୀ ଲିଙ୍କ ଥିବା ନେଇ ସନ୍ଦେହ ବଢିଛି। କେଉଁ କାରଣରୁ ଏତେ ପରିମାଣର ସିମ ବକ୍ସ ବ୍ୟବହାର କରଯାଉଥିଲା, ତଦନ୍ତ ସମୟରେ କମିଶନରେଟ ପୋଲିସ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ। ପୋଲିସ କମିଶନର କହିଛନ୍ତି, ସିମ୍ ବକ୍ସ ଜରିଆରେ ପାକିସ୍ଥାନ,ଚୀନ ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଅନ୍ତର୍ଜାତୀୟ ଫୋନ୍ କଲ୍। କଲ ଆସିବା ପରେ ସିମ୍ ବକ୍ସ ମାଧ୍ୟମରେ କଲ୍ ଫରୱାର୍ଡ ହେଉଥିଲା। ସିମ ବକ୍ସ ମାଧ୍ୟମରେ ପରିଚୟ ଲୋକେସନ ଗୋପନ ରଖି ଏକାଧିକ ଲୋକଙ୍କ ନିକଟକୁ ଟ୍ରାନ୍ସଫର କରାଯାଇପାରିବ ଗୁରୁତ୍ୱପୁର୍ଣ କଥା ହେଉଛି ଏହି ସିମ୍ ବକ୍ସକୁ ଆତଙ୍କବାଦୀ କାର୍ଯ୍ୟକଳାପ, ସାଇବର କ୍ରାଇମ ଭଳି କାମରେ ଅପରାଧୀ ବ୍ୟବହାର କରିଥାନ୍ତି

ବାଂଲାଦେଶରୁ ଓଡିଶା ଭାୟା ପଶ୍ଚିମବଙ୍ଗ। ଓଡିଶା ଛାତି ଉପରେ ଚାଲିଥିଲା ବଡ ଷଡଯନ୍ତ୍ର ! ସିମ୍ ବକ୍ସ ଜବତ ଘଟଣାରେ ପୋଲିସ ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ନାମକ ଯୁବକକୁ ଗିରଫ କରିଛି। ଆଉ ରାଜୁଠାରୁ ପୋଲିସକୁ ମିଳିଛି ଅନେକ ଗୁରୁତ୍ୱପୁର୍ଣ ତଥ୍ୟ ମିଳିଛି । ସିମ ବକ୍ସ ଗୁଡିକୁ..

  1. ବାଂଲାଦେଶ ସୀମାରୁ ଲୁଚାଇ ପଶ୍ଚିମବଙ୍ଗ ଦେଇ ଭୁବନେଶ୍ୱରକୁ ବସରେ ଅଣାଯାଇଥିଲା ।
  2. ଭୁବନେଶ୍ୱରରେ ଏକ ଭଡାଘରେ ସେଟ୍ ଅପ୍ ପ୍ରସ୍ତୁତ ହୋଇଥିଲା ।
  3. ଆସାଦୀନ୍ ଜମାନ୍ ବାଂଲାଦେଶରୁ ଭୁବନେଶ୍ୱର ଆସି ସିମ ବକ୍ସ ସେଟ୍ ଅପ୍ କରିଥିଲା ।
  4. ପରେ ବାଂଲାଦେଶରେ ରହି ଭୁବନେଶ୍ୱରରେ ଥିବା ଏହି ସିମ୍ ବକ୍ସ ଗୁଡିକୁ ଅପରେଟ କରୁଥିଲା ।
  5. ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଆସି ରହିଥିଲା ଆସାଦୀନ୍ ।
  6. ଗିରଫ ରାଜୁ ମଣ୍ଡଳ ଭୁବନେଶ୍ବରରେ ରହି ସେଟଅପ୍ର ଦେଖାଚାହାଁ କରୁଥିଲା ।
  7. ନକଲି କାଗଜପତ୍ର ଦେଇ ପଶ୍ଚିମବଙ୍ଗରୁ ପୁଳାପୁଳା ସିମ୍ କାର୍ଡ ଆସୁଥିଲା ।

କମିଶନରେଟ ପୋଲିସ ତଦନ୍ତକୁ ଜୋରଦାର କରିଛି । ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହୟତା ନିଆଯାଇପାରେ।