କନକ ବ୍ୟୁରୋ : ଭୁବନେଶ୍ୱରର ଚିନ୍ତା ବଢ଼ାଉଛି ଡେଙ୍ଗୁ । ଏହାରି ଭିତରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହେଲେଣି ୯୩୮ ଡେଙ୍ଗୁ ରୋଗୀ । ବର୍ତ୍ତମାନ ସ୍ଥିତିର ନିୟନ୍ତ୍ରଣ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ୨୮ ହଜାର ୧୮୩ ଡେଙ୍ଗୁ ଉତ୍ପତିସ୍ଥଳ ନଷ୍ଟ କରାଯାଇଛି । ସେହିପରି ୭ ହଜାର ୮୩୩ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ବିଏମସି । ଆଉ ଏପଟେ ଆସ୍କାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।