କନକ ବ୍ୟୁରୋ : ରାତିରେ ରକ୍ତରଞ୍ଜିତ ହେଲା ରାଜଧାନୀ । ଆତଙ୍କ ମଚାଇଲେ ଖଣ୍ଡାଧାରୀ ଦୁର୍ବୃତ୍ତ । ବିଚ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଲହୁଲୁହାଣ କରିଛନ୍ତି । ଗୁରୁତର ଭାବେ ଆହତ ଗୌରାଙ୍ଗ ଦାସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଣ୍ଟରେ ଏହି ଘଟଣା ଘଟିଛି ।

Advertisment

ତିନି ଜଣ ଦୁର୍ବୁତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କ ଉପରେ ନିର୍ମମ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଛନ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମରଣାନ୍ତକ ଆକ୍ରମଣର ଶିକାର ବ୍ୟକ୍ତି କେ ୱାନ ସିକ୍ୟୁରିଟି ଏଜେନ୍ସିର କର୍ମଚାରୀ ।