କନକ ବ୍ୟୁରୋ : କରୋନା ମହାମାରୀ ପ୍ରକୋପ ପାଇଁ ରାଜ୍ୟରେ ତାଲାବନ୍ଦ ଜାରି ରହିଛି । ତାଲାବନ୍ଦ ଯୋଗୁଁ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି । ଏହି ସମୟରେ ଲୋକଙ୍କୁ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି ଏସବିଆଇ ଷ୍ଟେଟ ବ୍ୟାଙ୍କର ଫରେଷ୍ଟ ପାର୍କ ଶାଖା । ସାଲିଆ ସାହି ବସ୍ତିରେ ଲୋକଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀକାନ୍ତ ଦାଶ, ଶାଖା ମୁଖ୍ୟ ପ୍ରବନ୍ଧକ ସଂଜୀବନୀ ସୁଧା ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୫୦ ଜଣ ହିତାଧିକାରୀଙ୍କୁ ଖାଦ୍ୟ ପୁଡିଆ ବଂଟା ଯାଇଥିଲା । କାର୍ଯ୍ୟକ୍ରମରେ ଫରେଷ୍ଟ ପାର୍କ ଶାଖାର ସମସ୍ତ କର୍ମଚାରୀମାନେ ସହାୟତା କରିଥିଲେ ।
କରୋନା କାଳରେ ଲୋକଙ୍କୁ ସାହାଯ୍ୟ କଲା ଏସବିଆଇ : ୫୦ ଜଣ ହିତାଧିକାରୀଙ୍କୁ ବଂଟାଗଲା ଖାଦ୍ୟ ପୁଡିଆ
/kanak/media/post_attachments/wp-content/uploads/2021/06/7-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)