ଭୁବନେଶ୍ୱର ସାମନ୍ତରାପୁର ହତ୍ୟାକାଣ୍ଡର ପର୍ଦ୍ଦାଫ।ଶ । ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ । ହତ୍ୟା ପାଇଁ ସୁପାରୀ ଦେଇଥିଲା ଅଭିଯୁକ୍ତ ଦିଲୁ । ପୂର୍ବ ଶତ୍ରୁତା ପାଇଁ ହୋଇଥିଲା ହତ୍ୟା ।

207

କନକ ବ୍ୟୁରୋ : ରାଜଧାନୀ ଉପକଣ୍ଠ ସାମନ୍ତରାପୁର ମିଠା ଦୋକାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ଘଟଣାରେ ଆଉ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଦିଲୁ ବେହେରା, ଦିଲୁର ବାପା ବାଉରିଆ ବେହେରା, ଦିଲୁର ସ୍ତ୍ରୀ ଏବଂ ଏମାନଙ୍କୁ ଆଶ୍ରୟ ଦେଇଥିବା ଏବଂ ଅଭିଯୁକ୍ତଙ୍କୁ ଫେରାର ହେବାର ସହାୟତା କରିଥିବା ଦୁଇ ଅଭିଯୁକ୍ତ ପୁରୀରୁ ଗିରଫ ହୋଇଛନ୍ତି ।

ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଦିଲୁର ପୁଅ ରାଜା ଗତକାଲି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲା । ପୋଲିସ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିପାରେ । ଏହି ହତ୍ୟାକାଣ୍ଡ ମାମଲାରେ ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ଏହି ହତ୍ୟାକାଣ୍ଡ ପାଇଁ ସୁପାରି ଦେଇଥିଲା ଦିଲୁ । ଦିଲୁର ପୁଅ ରାଜା ରଚିଥିଲା ହତ୍ୟାକାଣ୍ଡର ଷଡଯନ୍ତ୍ର । ପୂର୍ବ ଶତ୍ରୁତାରୁ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ହାଣିଥିଲେ ଦୁବୃର୍ତ୍ତ ।

ଗତ ଅକ୍ଟୋବର ୪ ତାରିଖରେ କିଛି ଦୁବୃର୍ତ୍ତ ସାମନ୍ତରାପୁର ଅଞ୍ଚଳରେ ଜଣେ ମିଠା ଦୋକାନୀକୁ ଗୋଡାଇ ଗୋଡାଇ ହାଣିଥିଲେ । ଏହି ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା । ପରେ ଏନେଇ ତନାଘନା ଆରମ୍ଭ କରିଥିଲା କମିଶନରେଟ ପୋଲିସ ।