ପୋଲିସ ହାତରେ ଧରାପଡ଼ିଲେ ଗଞ୍ଜେଇ ଚୋରା ଚାଲାଣକାରୀ : ୪୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଡ୍ରେସ ଭିତରେ ଗଞ୍ଜେଇ ପୁରାଇ କୋରିଅର ଯୋଗେ ପଠାଉଥିଲେ ଦୁର୍ବୃତ

132

କନକ ବ୍ୟୁରୋ : ନିଶା କାରବାର ପାଇଁ ଅଭିନବ ପନ୍ଥା । ଡ୍ରେସ୍ ଭିତରେ ଗଞ୍ଜେଇ ପୁରାଇ କୋରିୟର ଯୋଗେ ରାଜ୍ୟ ବାହାରକୁ ପଠାଉଥିବା ବେଳେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସହୀନ ନଗର ଥାନା ପୋଲିସ ୪୫ କେଜି ଗଞ୍ଜେଇ ଜବତ କରିବା ସହ ଏହି କାରବାର ସମ୍ପୃକ୍ତ ଥିବା ଦିଲ୍ଲୀର ୨ଜଣ  ଯୁବକଙ୍କୁ ଗିରଫ କରିଛି ।

ଗଞ୍ଜେଇ କନ୍ଧମାଳର ଜି ଉଦୟଗିରିରୁ ଦିଲ୍ଲୀ ପଠାଯାଉଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତମାନେ କୌଶଳ କ୍ରମେ ଡ୍ରେସ ଭିତରେ ଗଞ୍ଜେଇ ପୁରାଇ ସହୀଦ ନଗରରେ ଥିବା ଏକ କୋରିୟର ମାଧ୍ୟମରେ ଦିଲ୍ଲୀ ପଠାଉଥିଲେ । ହେଲେ କୋରିୟର ସଂସ୍ଥାର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଯାଂଚ କରିବାରୁ ଡ୍ରେସ୍ ଭିତରୁ ୪୫ କେଜି ଗଞ୍ଜେଇ ବାହାରିଥିଲା ।