କନକ ବ୍ୟୁରୋ : ନିଶା କାରବାର ପାଇଁ ଅଭିନବ ପନ୍ଥା । ଡ୍ରେସ୍ ଭିତରେ ଗଞ୍ଜେଇ ପୁରାଇ କୋରିୟର ଯୋଗେ ରାଜ୍ୟ ବାହାରକୁ ପଠାଉଥିବା ବେଳେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସହୀନ ନଗର ଥାନା ପୋଲିସ ୪୫ କେଜି ଗଞ୍ଜେଇ ଜବତ କରିବା ସହ ଏହି କାରବାର ସମ୍ପୃକ୍ତ ଥିବା ଦିଲ୍ଲୀର ୨ଜଣ ଯୁବକଙ୍କୁ ଗିରଫ କରିଛି ।
ଗଞ୍ଜେଇ କନ୍ଧମାଳର ଜି ଉଦୟଗିରିରୁ ଦିଲ୍ଲୀ ପଠାଯାଉଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତମାନେ କୌଶଳ କ୍ରମେ ଡ୍ରେସ ଭିତରେ ଗଞ୍ଜେଇ ପୁରାଇ ସହୀଦ ନଗରରେ ଥିବା ଏକ କୋରିୟର ମାଧ୍ୟମରେ ଦିଲ୍ଲୀ ପଠାଉଥିଲେ । ହେଲେ କୋରିୟର ସଂସ୍ଥାର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ଯାଂଚ କରିବାରୁ ଡ୍ରେସ୍ ଭିତରୁ ୪୫ କେଜି ଗଞ୍ଜେଇ ବାହାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/18-29.jpg)