ସୁରକ୍ଷିତ ଅଛି ରାଜଧାନୀ । ଭୁବନେଶ୍ୱର ସହ ରାଜଧାନୀବାସୀଙ୍କୁ ଆଶ୍ୱାସନା ଦେଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । କହିଲେ କ୍ଲଷ୍ଟର ଏରିଆରେ ଘର ଘର ବୁଲି ନମୂନା ସଂଗ୍ରହ କରାଯାଉଛି, ପରୀକ୍ଷା ମଧ୍ୟ କରାଯାଉଛି…

287

କନକ ବ୍ୟୁରୋ: ସୁରକ୍ଷିତ ଅଛି ରାଜଧାନୀ । କରୋନା ସଂକ୍ରମଣରୁ ଭୁବନେଶ୍ୱର ସୁରକ୍ଷିତ ଥିବା ନେଇ ରାଜଧାନୀବାସୀ ତଥା ରାଜ୍ୟବାସୀଙ୍କୁ ଆଶ୍ୱାସନା ଦେଲେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । କରୋନା ମୁକାବିଲା ନେଇ ପ୍ରେମମିଟ କଲାବେଳେ ରାଜଧାନୀ ସୁରକ୍ଷିତ ଥିବା କହିଛନ୍ତି ନିକୁଞ୍ଜ । ତେବେ କ୍ଲଷ୍ଟର ଅଞ୍ଚଳରେ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝାଯାଉଛି । ଆଶା, ଅଙ୍ଗନୱାଡି କର୍ମୀ ଓ ଶିକ୍ଷକମାନେ ଘର ଘର ବୁଲୁଛନ୍ତି । ଯେଉଁଠି କିଛି ସନ୍ଦେହ ହେଉଛି ସେଠାରେ ନମୂନା ସଂଗ୍ରହ କରାଯାଉଛି ଓ ସଙ୍ଗେ ସଙ୍ଗେ ପରୀକ୍ଷା କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ସେପଟେ ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ରାପିଡ ଟେଷ୍ଟ ମଧ୍ୟ ଚାଲିଛି । ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷାକୁ ବ୍ୟାପକ କରାଯାଇଛି । ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇ ସାମ୍ପଲ ସଂଗ୍ରହ ଆରମ୍ଭ ହୋଇଛି ।

ସୁରକ୍ଷିତ ଅଛି ରାଜଧାନୀ

#ରାଜଧାନୀ_ସୁରକ୍ଷିତ_ଅଛିସୁରକ୍ଷିତ ଅଛି ରାଜଧାନୀ । କ୍ଲଷ୍ଟର ଏରିଆରେ ଘରକୁ ଘର ବୁଲୁଛନ୍ତି ଆଶା ଓ ଅଙ୍ଗନୱାଡିକର୍ମୀ । ନମୁନା ସଂଗ୍ରହ କରାଯାଉଛି ଓ ଟେଷ୍ଟ ବି ଚାଲିଛି #CoronaVirus #COVID19

Posted by Kanak News on Saturday, April 18, 2020

ତେବେ ୭ ଦିନ ଭିତରେ ୫ ହଜାର ସାମ୍ପୁଲ ପରୀକ୍ଷା କରିବାକୁ ଯୋଜନା କରାଯାଇଥିବାରୁ ଏଥିପାଇଁ ଗଠନ ହୋଇଛି ୧୩ଟି ଟିମ । ଏମାନେ ପ୍ରତ୍ୟେକ ଦିନ ୨ଟି ସିଫ୍ଟରେ କାମ କରିବେ । ଦିନ ୮ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏଁ ନମୁନା ସଂଗ୍ରହ କରାଯିବ । ଏବଂ ପ୍ରତ୍ୟେକ ୟୁନିଟରେ ୩ ଜଣ ସଦସ୍ୟ ରହିଛନ୍ତି । ଜଣେ ଡାକ୍ତର, ଜଣେ ଶିକ୍ଷକ ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି ଏହି ଟିମରେ ।