ଅମୃତଧାରା ଯୋଗାଇବ ନିଶୁଳ୍କ ଅମ୍ଲଜାନ : ବିଏମସି ଅନୁମୋଦନରେ ଭୁବନେଶ୍ୱର ପଟିଆ ଠାରେ ଆରମ୍ଭ ହେଲା ଅମ୍ଳଜାନ ଆଶ୍ରୟସ୍ଥଳୀ

116

କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମଥର ପାଇଁ ନିଶୁଳ୍କ ଅମ୍ଳଜାନ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି । ଭୁବନେଶ୍ୱର ପଟିଆ ଠାରେ ଏହି ଅଭିନବ ପ୍ରୟାସ କରାଯାଇଛି । କୋଭିଡ୍ ମହାମାରୀରେ ଅମ୍ଳଜାନର ଆବଶ୍ୟକତାକୁ ନଜରରେ ରଖି ସ୍କାଇଲ୍ ପ୍ଲିଜ୍, ସ୍ପର୍ଶ ହସ୍ପିଟାଲ ଓ ଓଡ଼ିଶା ସୋସାଇଟି ଅଫ୍ ଆମେରିକା ହେଲ୍ଥ ଆଣ୍ଡ ୱେଲନେସ୍ ଗ୍ରୁପ ପକ୍ଷରୁ ‘ଅମୃତଧାରା’ ନାମରେ ଏହି ନିଶୁଳ୍କ ଆଶ୍ରୟସ୍ଥଳୀ ଆରମ୍ଭ ହୋଇଛି ।

ଏହାର ଉନ୍ମୋଚନ ଉତ୍ସବରେ ବିଧାୟକ ସୁଶାନ୍ତ ରାଉତ, ଅଭିନେତା ସବ୍ୟସାଚୀ ମିଶ୍ର, ସ୍ପର୍ଶ ହସ୍ପିଟାଲର ପରିଚାଳକ ଡକ୍ଟର ପ୍ରିୟବ୍ରତ ଧୀର, ସମାଜସେବୀ ପ୍ରବୀଣ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମ ଥର ପାଇଁ ବିଏମସି ଅନୁମୋଦନରେ ଏହି ଅକ୍ସିଜେନ୍ ସେଲଟର କରାଯାଇଛି । ଅକ୍ସିଜେନ୍ ଆବଶ୍ୟକତା ଥିବା କୋଭିଡ୍ ରୋଗୀଙ୍କୁ ଏହି ସେବା ମିଳିବ । କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବା ପର୍ଯ୍ୟନ୍ତ ଏହି ଆଶ୍ରୟସ୍ଥଳୀରେ ଅମ୍ଳଜାନ ଯୋଗାଇ ଦିଆଯିବ ।