ରାଜଧାନୀରେ ରାସ୍ତାସାରା ଖାଲ ! ରାସ୍ତା ପାଲଟିଛି ମରଣଯନ୍ତା, ବଢିବାରେ ଲାଗିଛି ଦୁର୍ଘଟଣା

Advertisment
ରାଜଧାନୀରେ ରାସ୍ତାସାରା ଖାଲ ! ରାସ୍ତା ପାଲଟିଛି ମରଣଯନ୍ତା, ବଢିବାରେ ଲାଗିଛି ଦୁର୍ଘଟଣା

source : sambad

କନକ ବ୍ୟୁରୋ : ରାଜପଥରେ ଖାଲ। ପ୍ରବଳ ବର୍ଷାରେ ରାସ୍ତା ଉପରେ ୬ ଇଞ୍ଚର ପାଣି। ରାସ୍ତା ଓ ଖାଲ ସବୁ ଏକାକାର। ଜଣାପଡ଼ୁନି କେଉଁଠି, କେତେ ଗଭୀରର ଖାଲ। କେଉଁ ଗଳିକନ୍ଦିର ରାସ୍ତା ନୁହେଁ, ବରଂ ରାଜଧାନୀ ରାଜପଥର ଏହି ଅବସ୍ଥା। ରସୁଲଗଡ଼ ଓଭର ବ୍ରିଜ୍ ତଳେ ଏଭଳି ଖାଲ ରହିଛି। ଲଗାଣ ବର୍ଷା ପରେ ସ୍ଥିତି ସଙ୍ଗିନ ହୋଇଛି। ସେହିଭଳି ରାଜଧାନୀର ପ୍ରବେଶ ପଥ ସାମନ୍ତରାପୁର ଠାରେ ମଧ୍ୟ ଅନୁରୂପ ଅବସ୍ଥା ରହିଛି। ରାସ୍ତାରୁ ପିଚୁ ଉଠିଯିବା ପରେ ଖାଲ ହୋଇଯାଇଛି। ପାଖାପାଖି ୫୦ ମିଟର ପର୍ଯ୍ୟନ୍ତ ସ୍ଥିତି ଗମ୍ଭୀର ରହିଛି। ରସୁଲଗଡ଼ ଛକରେ ଏହି ଖାଲରେ ୪ ଦିନରେ ୭ ଜଣ ଆହତ ହୋଇଛନ୍ତି। ୪ ଜଣ ବାଇକ୍ ଚାଳକ ଆହତ ହୋଇଥିବା ବେଳେ  ଗୋଟିଏ ବସରେ ଯାତ୍ରୀ ଚଢ଼ୁ ଚଢ଼ୁ ଗଳିପଡ଼ି ଆହତ ହୋଇଛନ୍ତି।

 publive-imageମଞ୍ଚେଶ୍ବର ଶିଳ୍ପାଞ୍ଚଳ ଭିତରୁ ଆସିଥିବା ରାସ୍ତା ରାଜପଥ ସହ ସଂଯୋଗ ସ୍ଥଳରେ ଏହି ଖାଲ ସୃଷ୍ଟି ହୋଇଛି। ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୧୦ରୁ ଊର୍ଦ୍ଧ୍ବ ଖାଲ ରହିଛି। ଦୀର୍ଘ ୬ ମାସ ଧରି ଏଠାରେ ଯାତ୍ରୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦବେଗ ପ୍ରକାଶ ପାଇଛି। ପୁଲିସ କମିସନର ଏନେଇ ଟ୍ବିଟ୍ ଜରିଆରରେ ପ୍ରତ୍ୟହ ଅଭିଯୋଗ ପାଉଛନ୍ତି। ଅଭିଯୋଗ ପାଇବା ପରେ ସେ ଏନ୍ଏଚ୍ଏଆଇ(ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ)କୁ ମରାମତି ପାଇଁ ଲେଖିଛନ୍ତି। କେବଳ ସାଧାରଣ ଯାତ୍ରୀ ନୁହନ୍ତି, ବରଂ ପୁଲିସ ମଧ୍ୟ ଏହି ଖାଲକୁ ନେଇ ବିଭିନ୍ନ ସମୟରେ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ଟ୍ବିଟର ଉତ୍ତରରେ କମିସନର ଲେଖିଛନ୍ତି। ପୂର୍ବରୁ ଏହି ଅଞ୍ଚଳର ଲୋକ ମଧ୍ୟ ପ୍ରାଧିକରଣକୁ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe