ଦଶେର ୧୦ଟି ରାଜଧାନୀ ତାଲିକା ଭିତରେ ୪ର୍ଥ ନମ୍ବରରେ ଭୁବନେଶ୍ୱର । ସିଏସଇ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ–୨୦୨୦ରୁ ପ୍ରକାଶ

121

କନକ ବ୍ୟୁରୋ : ସ୍ମାର୍ଟ ସିଟି ଭୁବନେଶ୍ୱର ଦେଶର ଶ୍ରେଷ୍ଠ ୧୦ଟି ରାଜଧାନୀ ସହର ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛି । ଦିଲ୍ଲୀ ସ୍ଥିତ ସେଂଟର ଫର୍ ସାଇନ୍ସ ଆଣ୍ଡ ଏନଭାର୍ନମେଣ୍ଟ ବା ସିଏସଇ ପକ୍ଷରୁ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ରିପୋର୍ଟ– ୨୦୨୦ ପ୍ରକାଶ କରାଯାଇଛି ।

ଏହି ରିପୋର୍ଟରେ ସମଗ୍ର ଦେଶରେ ଇଜ୍ ଅଫ୍ ଲିଭିଙ୍ଗ ଇଣ୍ଡେକ୍ସ ବା ସହଜ ଜୀବନଧାରଣ ସୂଚକାଙ୍କରେ ବେଙ୍ଗାଲୁର ପ୍ରଥମ ସ୍ଥାନରେ ରହିଥିବା ବେଳେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ତେବେ ନାଗରିକ ଧାରଣା ସର୍ଭେରେ ୧ ନମ୍ବର ହୋଇଛି ଭୁବନେଶ୍ୱର । ଏହି କାଟାଗୋରିରେ ୧୦୦ ମାର୍କରୁ ୯୪ଦଶମିକ ୮ ସ୍କୋର ସହିତ ନାଗରିକ ଧାରଣା ସର୍ଭେରେ ଶୀର୍ଷରେ ରହିଛି ଏହି ମନ୍ଦିର ମାଳିନୀ ସହର । ଭୁବନେଶ୍ୱରର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ବନୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।  ସିଏସଇର ସହଜ ଜୀବନଧାରଣ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ବେଙ୍ଗାଲୁର ଏକ ନମ୍ବର, ଏହା ପରେ ରହିଛି ଚେନ୍ନାଇ । ତାପରେ ସିମଲା ଏବଂ ଭୁବନେଶ୍ୱର । ଚାରିଟି କାଟାଗୋରୀରେ ସର୍ଭେ କରାଯାଇଥିଲା ।  ସହଜ ଜୀବନ ଧାରଣ, ଗୁଣାତ୍ମକ ଜୀବନ, ଅର୍ଥନୈତିକ ଦକ୍ଷତା, ସ୍ଥିରତା ଏବଂ ନାଗରିକଙ୍କ ଧାରଣା ନେଇ ସର୍ଭେ କରାଯାଇଥିଲା । ନାଗରିକ ଧାରଣା ସର୍ଭେରେ ଭୁବନେଶ୍ୱର ୧ ନମ୍ବରରେ ଥିବା ବେଳେ ଅର୍ଥନୈତିକ କ୍ଷେତ୍ରରେ ପଛରେ ପଡ଼ିଯାଇଛି । ଭୁବନେଶ୍ୱରବାସୀଙ୍କ ଅର୍ଥନୈତିକ ଦକ୍ଷତା ଭଲ ନଥିବା ଏହି ସର୍ଭେରୁ ଜଣାପଡିଛି । ୧୦୦ ନମ୍ବର ମଧ୍ୟରୁ ଅର୍ଥନୈତିକ ଦକ୍ଷତାରେ ମାତ୍ର ୧୧ ଦଶମିକ ୫୭ ସ୍କୋର କରିଛି ।