କନକ ବ୍ୟୁରୋ : ପ୍ରାୟ ୩ ମାସ ପରେ କରୋନା କଟକଣା ଭିତରେ ଖୋଲିଲା ଭୁବନେଶ୍ୱରର ରାମମନ୍ଦିର । ବିଏମସି ଅଧିନରେ ଥିବା ଅନ୍ୟ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଭକ୍ତଙ୍କ ପାଇଁ ଖୋଲିବ । ଲିଙ୍ଗରାଜ ମନ୍ଦିରକୁ ଏକ ସମୟରେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ । ଗର୍ଭଗୃହ ଭିତରେ ଦର୍ଶନ ଓ ସାହାଣ ମେଲା ଦର୍ଶନକୁ ବାରଣ କରାଯାଇଛି । କରୋନା କଟକଣା ଅନୁସାରେ ଭକ୍ତ କେବଳ ଦିଅଁ ଦର୍ଶନ କରିପାରିବେ, ଭୋଗ କିମ୍ବା ଅନ୍ୟ ସାମଗ୍ରୀ ନେଇ ଯାଇପାରିବେ ନାହିଁ ।
ରାଜଧାନୀରେ ଖୋଲିଲା ଧର୍ମାନୁଷ୍ଠାନ : ପ୍ରାୟ ୩ ମାସ ପରେ ଖୋଲିଲା ରାମମନ୍ଦିର
/kanak/media/post_attachments/wp-content/uploads/2021/08/12095615Bhubaneswar_Ram_Mandir.jpg)