କନକ ବ୍ୟୁରୋ : ଝଲସିବ ଭୁବନେଶ୍ୱର ରେଲୱେ ଷ୍ଟେସନ । ଏଠାରେ ଅତ୍ୟାଧୁନିକ ସୁବିଧା ପାଇବେ ଯାତ୍ରୀ । ରେଲୱେ ଷ୍ଟେସନ ପୁନଃବିକାଶ ପାଇଁ ମଙ୍ଗଳବାର ରେଲୱେ ପାସେଞ୍ଜର ଏମିନିଟିଜ୍ କମିଟି, ଆରପିଏସି ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରିଛି । ଗତ ଡିସେମ୍ବର ୨୯ରେ ଯେଉଁ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଥିଲେ, ସେହି ପ୍ରକଳ୍ପର ଅନୁଧ୍ୟାନ କରିଛି ଏହି ଟିମ୍ । ପ୍ରାୟ ୩୯୮ କୋଟି ଟଙ୍କା ବ୍ୟୟରେ ଏହି ପୁନଃବିକାଶ କାମ କରାଯାଉଛି । ପ୍ରାୟ ୩୦ରୁ ୪୦ଟି ଲିଫ୍ଟ, ଫୁଡ ପ୍ଲାଜା ସହ ବିଭିନ୍ନ ଅତ୍ୟାଧୁନିକ ସୁବିଧା ପାଇଁ ଲକ୍ଷ୍ୟ ରହିଛି । ଆସନ୍ତାବର୍ଷ ନଭେମ୍ବର ସୁଦ୍ଧା ଏହା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି କମିଟି ସଦସ୍ୟ ।

Advertisment