ଭୁବନେଶ୍ୱର ରେଳଷ୍ଟେସନର ହେବ ନବକଳେବର । ପ୍ଲାନିଂ, ଡିଜାଇନ୍ ସହ ଶେଷ ହୋଇଛି ଟେଣ୍ଡର ପ୍ରକ୍ରିୟା । ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 

116

କନକ ବ୍ୟୁରୋ: ଭୁବନେଶ୍ୱରରେ ଦେଶରେ ପ୍ରଥମ ଆଲୁମିନିୟମ ମାଲବାହି ବଗିର ଉଦଘାଟନ ହୋଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉଦଘାଟନ କରିଛନ୍ତି । ଆଲୁମିନିୟମରେ ତିଆରି ହୋଇଥିବା ଏହି ବଗି ସେବା ଦ୍ୱାରା କମ୍ ଖର୍ଚ୍ଚ ହେବ ଏବଂ ଅଧିକ ମାଲ ଯାଇପାରିବ । ପୂର୍ବରୁ ଏହା ଷ୍ଟିଲ ବଗିରେ ହେଉଥିଲା । ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଗୁଡିକୁ ନିର୍ମାଣ କରିଛି । ଏହି ଅବସରରେ ଭୁବନେଶ୍ୱର ରେଳଷ୍ଟେସନ ବିଶ୍ୱସ୍ତରୀୟ ହେବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଖୁବଶୀଘ୍ର ଷ୍ଟେସନର ନବକଳେବର କରାଯିବ । ପ୍ଲାନିଂ, ଡିଜାଇନ୍ ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି । ଖୁବଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ଏହି କାମ ଆରମ୍ଭ ହୋଇପାରିବ, ସେ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ ।

ଅନ୍ୟପଟେ ଦେଶରେ ଆରମ୍ଭ ହୋଇଥିବା ୫ଜି ସେବାର ପ୍ରଥମ ପର୍ଯ୍ୟାୟରେ ଯୋଡି ହେବ ଓଡ଼ିଶାର ୮ ସହର । ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଏସବୁ ସହରରେ ୫ଜି ଆରମ୍ଭ ହେବ । ୨୦୨୩ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳରେ ୫ଜି ସେବା ଆରମ୍ଭ ହେବ । କେନ୍ଦ୍ର ଟେଲିକମ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ନିକଟରେ କେନ୍ଦ୍ର ସରକାର ୫ଜି ସେବା ଆରମ୍ଭ କରିଛନ୍ତି । ଦେଶରେ ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ-ଆଇଡିଏ ୫ଜି ସେବା ଦେବା ପାଇଁ ସରକାରଙ୍କ ତରଫରୁ ଅନୁମତି ପାଇଛନ୍ତି । ଏୟାରଟେଲ-ଜିଓ ଦେଶର କିଛି ସହରରେ ସେବା ଆରମ୍ଭ କରିଥିବା ବେଳେ ଭୋଡାଫାନ୍-ଆଇଡିଆ ଏହି ସେବା ଖୁବଶୀଘ୍ର ଆରମ୍ଭ କରିବ ବୋଲି କହିଛି ।