କନକ ବ୍ୟୁରୋ : ନିଯୁକ୍ତି ଦାବିରେ ରାଜଧାନୀ ରାଜରାସ୍ତାରେ ଆଣ୍ଠେଇ ଅଭିନବ ପ୍ରତିବାଦ କଲେ ଓଏସଏସଟିଇଟି ପରୀକ୍ଷାରେ ପାସ କରିଥିବା ଟ୍ରେଣ୍ଡ ଯୁବକ ଯୁବତୀ । ହିନ୍ଦୀ, ସାଂସ୍କୃତ ଏବଂ କ୍ରିଡ଼ା ଟିଚର ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି ସଂଘ । ଏମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୭ବର୍ଷ ହେଲା ବିଭିନ୍ନ ସମୟରେ ଏମାନେ ଧାରଣା ଦେଇ ଅଭିଯୋଗ ଜଣାଉଛନ୍ତି, ହେଲେ ନିଯୁକ୍ତି ମିଳୁନାହିଁ ।

Advertisment

ଦୀର୍ଘ ଦିନର ଅପେକ୍ଷା ପରେ ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ ଏବଂ କ୍ରିଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଂଜୁର ଓ  ୪ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସୁଚନା ଥିବା ବେଳେ ୭ମାସ  ବିତିଯାଇଥିଲେ ମଧ୍ୟ ଶିକ୍ଷ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇନଥିବା ଅଭିଯୋଗ ହୋଇଛି  । ଯାହାକୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ପାଇଁ ଯୋଗ୍ୟତା ଥିବା ଟ୍ରେଣ୍ଡ ପିଲା ।