ଯୁକ୍ତ ଦୁଇ ଡ୍ରପ୍ ଆଉଟ୍ ଓ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀଙ୍କୁ ଉଠାଇନେଲା ପୋଲିସ୍

372

କନକ ବ୍ୟୁରୋ : ଅଫଲାଇନରେ ପରୀକ୍ଷା ଦେବାକୁ ରାଜି ନାହାନ୍ତି ଏକ୍ସରେଗୁଲାର ଓ ଡ୍ରପଆଉଟ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଯେମିତି ପୂର୍ବ ପରୀକ୍ଷା ଅନୁଯାୟୀ ମାର୍କ ଦିଆଯାଇ ପାସ କରିଦିଆଗଲା, ସେହି ଭଳି ଭାବେ ଏକ୍ସରେଗୁଲାର ଓ ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇ ପାସ୍ କରିଦିଆଯାଉ ବୋଲି ଦାବି କରିଛନ୍ତି ଏକ୍ସରେଗୁଲାର ଓ ଡ୍ରପଆଉଟ ଛାତ୍ରଛାତ୍ରୀ । ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।

ଅନେକ ଛାତ୍ରଛାତ୍ରୀଙ୍କୁ ପୋଲିସ ଉଠାଇ ନେଇଛି । ଯୁକ୍ତ ତିନି ଫର୍ମ ଫିଲଅପ ଆସିଗଲାଣି ଏହି ସମୟରେ ଆଉ ଥରେ ଯୁକ୍ତ ଦୁଇ ପାଠ ପଢି ପରୀକ୍ଷା ଦେଲେ ଯୁକ୍ତ ତିନି ପାଇଁ କେବେ ପାଠପଢା ଆରମ୍ଭ କରିବୁ ବୋଲି ଗଣଶିକ୍ଷା ବିଭାଗକୁ ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ପ୍ରବଳ ବର୍ଷାରେ ଆଜି ସାରା ରାଜ୍ୟରୁ ଆସିଥିବା ଯୁକ୍ତ ଦୁଇ ଡ୍ରପଆଉଟ ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀ ଲୋୟର ପିଏମଜିରେ ରାଲି କରିବା ସହ ନବୀନ ନିବାସ ଘେରାଓ କରିବାକୁ ଉଦ୍ୟମ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ କଂଗ୍ରେସ ମଧ୍ୟ ଏଥିରେ ସାମିଲ ହୋଇଥିଲା ।