କନକ ବ୍ୟୁରୋ : ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡରେ ଅନେକ ଆହତ ହୋଇଛନ୍ତି । ସେହି ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।
Advertisment
ସୂଚନା ଅନୁଯାୟୀ, ଦୁଇଜଣ ଗୁରୁତର ଆହତ ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଶରୀରର ୪୦ରୁ ୬୦ ପ୍ରତିଶତ ପୋଡିଯାଇଛି । ଏହା ସହ ସେମାନଙ୍କ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ଏହା ସହ ଜଣଙ୍କର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକରେ ମେଡ଼ିକାଲରେ ପ୍ରାଥମିକ ଯାଞ୍ଚ ପରେ ଶରୀରରେ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ଆଇସିୟୁରେ ଭର୍ତି କରାଯାଇଛି ।
ସେପଟେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ଏତେ ବଡ ଅଗ୍ନିକାଣ୍ଡ ଘଟିଲା ସେନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି