ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ଗୁରୁତରଙ୍କ ଏସସିବିରେ ମୃତ୍ୟୁ । ଜଳିଯାଇଥିଲା ୬୦ ପ୍ରତିଶତ ଅଂଶ, ଏବେ ବି ଜଣେ ଆଇସିୟୁରେ : ସେପଟେ ଆଉ ଜଣେ ନିଖୋଜ ଥିବା ପରିବାର ଲୋକ କଲେ ଅଭିଯୋଗ

324

କନକ ବ୍ୟୁରୋ : ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟଣା । କଟକ ବଡ ମେଡିକାଲରେ ଭର୍ତି ହୋଇଥିବା ୨ ଜଣ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସତ୍ୟ ନାୟକ । ତାଙ୍କ ଘର ଗଂଜାମ ଅଂଚଳରେ । ପେଟ୍ରୋଲ ଟାଙ୍କିରେ ଗତକାଲି ବିସ୍ଫୋରଣରେ ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଜଳି ଯାଇଥିଲା ।

କ୍ୟାପିଟାଲ ହସ୍ପିଟାଲରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଆଇସିୟୁରେ ରଖି ଚିକିତ୍ସା ଚାଲିଥିଲା । କଟକ ଏସସିବିରେ ଚିକିତ୍ସାଧୀନ ଥିବା ଅନ୍ୟ ଜଣଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ସେପଟେ ଗତକାଲିର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଏବେ ବି ଜଣକର ପତ୍ତା ମିଳୁନାହିଁ ।

ତାଙ୍କ ନାଁ ସୀମାଂଚଳ ପରିଡା । ସୀମାଂଚଳଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିଛନ୍ତି । ତାଙ୍କ ଘର ଗଞ୍ଜାମ ଅଂଚଳରେ । ସେ ଗ୍ୟାସ ଭର୍ତି କାମରେ ନିୟୋଜିତ ଥିଲେ । ପରିବାର ଲୋକଙ୍କ କହିବା କଥା ହେଲା, ଗତକାଲିଠାରୁ ତାଙ୍କ ପତା ମିଳୁନାହିଁ ।