ଭୁବନେଶ୍ୱରରେ ଓଏଫଏସ ଅଫିସରଙ୍କ ଆତ୍ମହତ୍ୟା: ଆଜି ଥିଲା କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନ; ଆତ୍ମହତ୍ୟାର କାରଣ ଖୋଜୁଛି ଖଣ୍ଡଗିରି ପୁଲିସ

Advertisment
ଭୁବନେଶ୍ୱରରେ ଓଏଫଏସ ଅଫିସରଙ୍କ ଆତ୍ମହତ୍ୟା: ଆଜି ଥିଲା କାର୍ଯ୍ୟରେ ଯୋଗଦେବାର ପ୍ରଥମ ଦିନ; ଆତ୍ମହତ୍ୟାର କାରଣ ଖୋଜୁଛି ଖଣ୍ଡଗିରି ପୁଲିସ

କନକ ବ୍ୟୁରୋ: ଓଏଫଏସ୍ ଅଫିସରଙ୍କ ଆତ୍ମହତ୍ୟା । ରାଜଧାନୀ ଖଣ୍ଡଗିରି ଡୁମଡୁମା ଫେଜ୍-୪ ଅଂଚଳରୁ ଆସିଛି ଏଭଳି ଖବର । ଏକ ଓଢ଼ଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି ଓଏଫଏସ୍ ପାଇଥିବା ଅଭିଳାଷ ସୂରୂପ ମହାପାତ୍ର । ସେ ଆଜି ନୂତନଭାବେ କାର୍ଯ୍ୟରେ ଯୋଗ ଦେଇଥାନ୍ତେ । ଏହାକୁ ନେଇ ପରିବାରରେ ବେଶ୍ ଖୁସିର ମାହୋଲ ଥିଲା । ହେଲେ ଦିନକ ପୂର୍ବରୁ ଏହା ପାଣି ଫୋଟକା ପରି ମିଳାଇ ଯାଇଛି । କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଗତକାଲି ସନ୍ଧ୍ୟାରେ ସେ ଆତ୍ମହତ୍ୟା କରିଛନ୍ତି ।

publive-image

କିନ୍ତୁ କେଉଁ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡିନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍ ।  ସୂଚନା ଅନୁଯାୟୀ ଅଭିଳାଷଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟଲାଗଡରେ । ସେ ପୂର୍ବରୁ ଏକ ବ୍ୟାଙ୍କରେ ଚାକିରି କରିଥିଲେ । ଗତ କିଛି ମାସ ତଳେ ଓଏଫଏସ ପାଇଥିଲେ । ଆଜି ଟ୍ରେଜେରୀ ଅଫିସରେ କାର୍ଯ୍ୟରେ ଯୋଗ ଦେବାର ଥିଲା । କିନ୍ତୁ ଗତ ସନ୍ଧ୍ୟାରେ ଏଭଳ ଅଭାବନୀୟ ଘଟଣା ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe