ଅପରେସନ ପରୀ-୨ । ବିଭିନ୍ନ ରାଜ୍ୟରୁ ୧୧ ଦିନରେ ଉଦ୍ଧାର ହେଲେ ୧୪୯୭ ଜଣ ନିଖୋଜ ପିଲା ।

ଅପରେସନ ପରୀ-୨ । ବିଭିନ୍ନ ରାଜ୍ୟରୁ ୧୧ ଦିନରେ ଉଦ୍ଧାର ହେଲେ ୧୪୯୭ ଜଣ ନିଖୋଜ ପିଲା ।

କନକ ବ୍ୟୁରୋ: ନିଖୋଜ ପିଲାମାନଙ୍କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଅପରେଶନ ପରୀ-୨ ଜାରି ରହିଛି। ଓଡିଶା କ୍ରାଇବ୍ରାଞ୍ଚ ପୋଲିସର ଏକ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ରବିବାର ସୁଦ୍ଧା ୧୪୯୭ ପିଲାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୨୯୪ ନାବାଳକ ଏବଂ ୨୦୩ ନାବାଳିକା ଅଛନ୍ତି। ଏହାସହ ପୁଣି ସେପ୍ଟେମ୍ବର ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ପୁଣି ପରୀ-୨ ସର୍ଚ୍ଚ ଅପରେସନ ଜାରି ରଖିବ ବୋଲି ବିଶ୍ୱସ୍ତସୂତ୍ରରୁ ଜଣାପଡିଛି ।

publive-imageଗଞ୍ଜାମ ଜିଲାରୁ ସର୍ବାଧିକ ୨୨୨ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବାବେଳେ, ବ୍ରହ୍ମପୁର ପୋଲିସ ଜିଲାରୁ ୧୩୦, କୋରାପୁଟ ଜିଲାରୁ ୮୪, ବଲାଙ୍ଗୀର ଜିଲାରୁ ୫୮, ଭଦ୍ରକ ୫୫, ସୁନ୍ଦରଗଡ ୪୭, ବୌଦ୍ଧ ୪୬ କଳାହାଣ୍ଡି ୫୯, ରାୟଗଡା ୩୯, ଢେଙ୍କାନାଳରୁ ୩୪ ଓ ଜିଆର୍ପି କଟକରୁ ୪୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଉଦ୍ଧାର ପିଲାମାନଙ୍କୁ ବିଭିନ୍ନ ଶିଶୁ ସୁରକ୍ଷା ସମିତିରେ ଛଡାଯାଇ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ଉଦ୍ଧାର ହୋଇଥିବା ୧୨୯୬ ପିଲାଙ୍କ ମଧ୍ୟରୁ ୭୮ଜଣଙ୍କୁ ଅପହରଣ କରାଯାଇ ବିଭିନ୍ନ କାର‌୍ୟ୍ୟରେ ଲଗାଯାଇଥିଲା ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

pari expressସୂଚନା ମୁତାବକ ଗତ ବର୍ଷ ୮ ଟି ରାଜ୍ୟ ପାଇଁ ୮ଟି ସ୍ପେସାଲ୍ ଟିମ୍ ଗଠନ କରାଯାଇଥିଲା । ଯେଉଁଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାରଖଣ୍ଡ ଏବଂ ମହାରାଷ୍ଟ ପୋଲିସର ମିଳିତ ଉଦ୍ୟମରେ ଏହି ଅପରେସନ ପାଇଁ ସ୍ଥିର କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe