କନକ ବ୍ୟୁରୋ: କର୍ଣ୍ଣାଟକରେ ସରକାର ଗଢିବାର ଆଶା ମଉଳିବା ପରେ ଏପଟେ ବିଜେପି ଘର ସଜାଡ଼ିବାର ଉଦ୍ୟମକୁ ଜୋରଦାର କରିଛି । ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ନେଇ ବିଜେପି କାର୍ଯ୍ୟକାରିଣୀ ବୈଠକରେ ମାନସମନ୍ଥନ କରିଛି ବିଜେପି । ଗତକାଲିଠାରୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଛି ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ପ୍ରଭାରୀ ଅରୁଣ ସିଂ,ରାଷ୍ଟ୍ରୀୟ ସଙ୍ଗଠନ ସାଧାରଣ ସମ୍ପାଦକ ସୈାଦାନ ସିଂ,ବିଜେପି ବିଧାୟକ ଦଳ ନେତା କେ.ଭି.ସିଂଦେଓଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ନେତା ଯୋଗ ଦେଇଥିଲେ ।
ସେପଟେ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ରାଜ୍ୟପଦାଧିକାରୀ ବୈଠକରେ ଓଡିଶାର ନେତାମାନେ ଦଳର ଭବିଷ୍ୟତ ନେଇ ଆଲୋଚନା କରିଥିଲେ । ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଥିବା ସହ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିଜେପି କାର୍ଯ୍ୟକାରିଣୀରେ ଏକ ବଡ ରୋଡମ୍ୟାପ ପ୍ରସ୍ତୁତ ହେବାର ସମ୍ଭାବନ କରହିଛି । ସୂଚନା ଯୋଗ୍ୟ ଯେ, ଆସନ୍ତା ୨୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରର ୪ ବର୍ଷ ପୂର୍ତି ଅବସରରେ ମୋଦି ଓଡିଶା ଆସୁଛନ୍ତି ।
କଟକରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ବାଲିଯାତ୍ରା ପଡିଆରେ ଅପରାହ୍ନ ୩ଟାରୁ ୫ଟା ଯାଏ ବିଜେପିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯିବ ବୋଲି କଟକ ଡିସିପି କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ଯାଏ ପର୍ଯ୍ୟାପ୍ତ ପରିମାଣରେ ପୁଲିସ ଫୋର୍ସ ମୁତୟନ ହେବ ବୋଲି ଡିସିିପି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-20-08h31m54s767.png)
/kanak/media/post_attachments/wp-content/uploads/2018/05/vlcsnap-2018-05-20-08h32m24s851-300x240.png)
/kanak/media/post_attachments/wp-content/uploads/2018/05/5-16-300x169.jpg)