ଭୁବନେଶ୍ୱର ଉତ୍ତରରେ କିଏ ପିନ୍ଧିବ ସୁନାମୁକୁଟ? ସବୁଜଗଡକୁ ଭେଦ କରିପାରିବେକି ବିରୋଧୀ, ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ

124

କନକ ବ୍ୟୁରୋ: ଭୋଟ୍ ଦେଉଛି ଓଡିଶା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ରାଜ୍ୟର ୬ଟି ଲୋକସଭା ଏବଂ ତତସଂଲଗ୍ନ ବିଧାନସଭା ଆସନ ପାଇଁ ଭୋଟ୍ ଦେଉଛନ୍ତି ମତଦାତା । ଏହି ତୃତୀୟ ଚରଣରେ ହେଉଥିବା ଏହି ୬ଟି ଲୋକସଭା ଅନ୍ତର୍ଗତ ବିଧାନସଭା ମଣ୍ଡଳୀଗୁଡିକ ମଧ୍ୟରୁ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଭୁବନେଶ୍ୱର (ଉତ୍ତର)ବିଧାନସଭା ତନ୍ମଧ୍ୟରୁ ଗୋଟିଏ । ଭୁବନେଶ୍ୱର ବ୍ଳକର ୫ଟି ପଂଚାୟତ, ଭୁବନେଶ୍ୱରର ୧ରୁ ୧୧ ଏବଂ ୧୩ ନମ୍ବର ୱାର୍ଡକୁ ନେଇ ୨୦୦୯ରେ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଛି । ତେବେ ଭୁବନେଶ୍ୱର ଉତ୍ତର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସାତଟି ଯାକ ବିଧାନସଭା ଆସନ ବିଜୁ ଜନତା ଦଳ କବଜାରେ ରହିଛି। ୨୦୦୯ରେ ଏଠାରେ ଭାଗିରଥୀ ବଡଜେନା ବିଧାୟକ ହୋଇଥିବା ବେଳେ ୨୦୧୪ରେ ପ୍ରିୟଦର୍ଶୀ ମିଶ୍ର ବିଧାୟକ ଆସନ ଅଳଙ୍କୃତ କରିଥିଲେ ।

ଭୁବନେଶ୍ୱର(ଉତର) ବିଧାନସଭା ନିର୍ବାଚନମଣ୍ଡଳୀ

୨୦୧୪ର ଲଢେଇ

– ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୭୧ ହଜାର ୨୦୮
– ମତ ଦେଇଥିଲେ – ୧ ଲକ୍ଷ ୧୨ ହଜାର ୦୯୨
– ଭୋଟଦାନ ହାର – ୪୧.୩୩%

୨୦୧୪ର ଫଳାଫଳ

ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ

ପ୍ରିୟଦର୍ଶୀ ମିଶ୍ର ବିଜେଡି ୭୩,୭୨୮ ୬୫.୭୭% ବିଜୟୀ
ମନୋରଞ୍ଜନ ଦାସ କଂଗ୍ରେସ ୮୨୨୩ ୭.୩୪% ପରାସ୍ତ
ଦିଲୀପ ମହାନ୍ତି ବିଜେପି ୨୪,୯୭୧ ୨୨.୨୮% ପରାସ୍ତ

କିଏ ମାରିଥିଲା ବାଜି?

– ବିଜେଡିର ପ୍ରିୟଦର୍ଶୀ ମିଶ୍ର ନିର୍ବାଚନ ଜିତିଥିଲେ
– ୭୩ ହଜାର ୭୨୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ ଦିଲୀପ ମହାନ୍ତିଙ୍କୁ ପରାସ୍ତ କରିଥିଲେ
– ୪୮ ହଜାର ୭୫୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୧୯ର ଲଢେଇ

ବିଜେଡି: ସୁଶାନ୍ତ ରାଉତ
କଂଗ୍ରେସ: ଇତିଶ ପ୍ରଧାନ
ବିଜେପି: ଅପରାଜିତା ମହାନ୍ତି

୨୦୧୯–ବିଜେଡି: ସୁଶାନ୍ତ ରାଉତ

– ଯୁବ ବିଜେଡି କାର୍ଯ୍ୟକର୍ତା
– ବ୍ୟବସାୟରୁ ରାଜନୀତି
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୯– କଂଗ୍ରେସ: ଇତିଶ ପ୍ରଧାନ

– ଛାତ୍ରନେତା
– ଛାତ୍ର କଂଗ୍ରେସ ସଭାପତି
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯–ବିଜେପି: ଅପରାଜିତା ମହାନ୍ତି

– କଂଗ୍ରେସରୁ ବିଜେପିରେ ସାମିଲ
– ବିଜେପୁର ଉପନିର୍ବାଚନରେ ପ୍ରଚାର
– ୨୦୧୪ରେ କଟକ ଲୋକସଭା ନିର୍ବାଚନ ଲଢି ପରାଜିତ ( କଂଗ୍ରେସରୁ )

ନିର୍ବାଚନ ମଣ୍ଡଳୀ ତଥ୍ୟ

– ଭୁବନେଶ୍ୱର ବ୍ଳକର ୫ଟି ପଂଚାୟତ, ଭୁବନେଶ୍ୱରର ୧ରୁ ୧୧ ଏବଂ ୧୩ ନମ୍ବର ୱାର୍ଡକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ
– ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
– ୨୦୦୯ରେ ନିର୍ବାଚନମଣ୍ଡଳୀ ଗଠିତ
– ବିଜେଡିର ଦବଦବା ରହିଛି
– ୨୦୦୯ରେ ଭାଗିରଥୀ ବଡଜେନା ବିଧାୟକ
– ୨୦୧୪ରେ ପ୍ରିୟଦର୍ଶୀ ମିଶ୍ର ବିଧାୟକ