ରାଜଧାନୀରେ ଚେନ ଛିଣ୍ଡାଇ ଚମ୍ପଟ ମାରୁଥିବା ବେଳେ ଧରାପଡିଗଲା ଲୁଟେରା : ନିସ୍ତୁକ ମାଡ ମାରି ଗଛରେ ବାନ୍ଧି ପକାଇଲେ ଲୋକେ

ଘରେ କରୋନା ଆକ୍ରାନ୍ତ ଥିବାରୁ ଔଷଧ ପାଇଁ ଆସିଥିଲେ ମହିଳା; ଚୋର ଓ ଚୋରକୁ ଧରିଥିବା ଲୋକଙ୍କୁ ଘାରିଲା ସଂକ୍ରମଣର ଭୟ

301

କନକ ବ୍ୟୁରୋ : ମହିଳାଙ୍କ ବେକରୁ ଚେନ ଲୁଟ କରି ଖସି ପଳାଉଥିବା ବେଳେ ଚୋରକୁ କାବୁ କଲେ ଉପସ୍ଥିତ ଲୋକେ । ରାଜଧାନୀର ନାଲକୋ ଟ୍ରାଫିକ ଛକରେ ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ନାଲକୋ ଟ୍ରାଫିକ ଛକ ପାଖ ଏକ ଔଷଧ ଦୋକାନରେ ଜଣେ ମହିଳା ଔଷଧ କିଣୁଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କ ବେକରୁ ଚେନ ଛିଣ୍ଡାଇ ଦୌଡି ପଳାଉଥିଲା ।

ମହିଳା ଜଣକ ଚୋର ଚୋର ଚିତ୍କାର କରି ଲୁଟେରା ପଛରେ ଗୋଡାଇବାରୁ ଉପସ୍ଥିତ ଲୋକେ ଚୋରକୁ ଧରି ନିସ୍ତୁକ ମାଡ ମାରି ଏକ ଗଛରେ ବାନ୍ଧି ପକାଇଥିଲେ । ଏହାପରେ ମହିଳା ଜଣକ ପୁଲିସକୁ ଖବର ଦେଇଥିଲେ । ତେବେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ମହିଳା ଜଣକ କହିଥିଲେ, ଘରେ କରୋନା ଆକ୍ରାନ୍ତ ଥିବାରୁ ଔଷଧ କିଣିବାକୁ ଆସିଥିଲେ । ଏହା ଶୁଣିବା ପରେ ଚୋର ଓ ଚୋରକୁ ଧରିଥିବା ଲୋକଙ୍କୁ ସଂକ୍ରମଣ ଭୟ ଘାରିଛି ।