ରାଜଧାନୀବାସୀଙ୍କୁ ଆଶ୍ୱସ୍ଥି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ଭୁବନେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭଳି ଆଜି ବି ୧୦୦ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା

139

କନକ ବ୍ୟୁରୋ : ରାଜଧାନୀବାସୀଙ୍କୁ ଆଶ୍ୱସ୍ଥି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜି ଭୁବନେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଭଳି ଆଜି ବି ୧୦୦ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ଆଜି ଭୁବେନେଶ୍ୱରରୁ ୨୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥକଙ୍କ ସଂଖ୍ୟା ବଢୁଥିବାରୁ ଲୋକେ ଆସ୍ୱସ୍ଥି ଅନୁଭବ କରିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୭୧ ଜଣ ଲୋକାଲ କେସ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ଆଇଆଇସି ଭିଲେଜରୁ ସର୍ବାଧିକ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ରସୁଲଗଡରୁ ୩ ଜଣ, ନୟାପଲ୍ଲୀରୁ ୨ ଜଣ, ସଂକ୍ରମିତ ରହିଛନ୍ତି । ଲୋକଙ୍କ ସଚେତନତା ଓ ସରକାରଙ୍କ ସଠିକ୍ କୋଭିଡ ପରିଚାଳନା ପାଇଁ ଖୁବଶୀଘ୍ର ଭୁବନେଶ୍ୱର କରୋନା ମୁକ୍ତ ହେବାକୁ ଯାଉଛି।

ଅନ୍ୟପଟେ କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ସତ୍ତର୍କ ରହିବାକୁ କୁହାଯାଇଛି । କାରଣ ଥରେ ସଂକ୍ରମିତ ହେଲେ ୨୮ ଦିନ ଯାଏ ଦେହରେ ଭୁତାଣୁ ରହୁଥିବା କଥା କୁହାଯାଇଛି ।