ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ : ବର୍ଷକ ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ସେବା

Advertisment
ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ : ବର୍ଷକ ପରେ ଆଜିଠୁ ପୁଣି ଆରମ୍ଭ ହେଉଛି ସେବା

କନକ ବ୍ୟୁରୋ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର  । ଏଣିକି ନନ୍ଦନକାନନରେ ଟୟ ଟ୍ରେନର ମଜା ନେଇପାରିବେ ପର୍ଯ୍ୟଟକ  । ଆଜିଠାରୁ ଏହି ଟୟ ଟ୍ରେନ୍ ସେବା ଆରମ୍ଭ ହେବ  । ବହୁ ବର୍ଷ ପରେ ପର୍ଯ୍ୟଟକ ଡବଲ ମଜା ନେଇପାରିବେ । ଟ୍ରେନରେ ବୁଲିବା ସହ କାଞ୍ଜିଆ ହ୍ରଦ, ଜଳହସ୍ତି ଖୁଆଡ, ତୃଣଭୋଜି ଖୁଆଡ ଭଳି ଅନେକ ଜୀବଜନ୍ତୁ ଦେଖିପାରିବେ ପର୍ଯ୍ୟଟକ । ୪ଟି ବଗି ବିଶିଷ୍ଟ ଟ୍ରେନରେ ୭୨ଟି ସାଧାରଣ ସିଟ୍ ଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ୨ଟି ସିଟ୍ ରହିଛି । ଦେଢ କିଲୋମିଟର ଦୂରତାର ରେଲୱେ ଟ୍ରାକରେ ୨୦ ମିନିଟ୍ ରେଳ ଯାତ୍ରା କରିବେ ପର୍ଯ୍ୟଟକ । ରାଜ୍ୟ ସରକାରଙ୍କ ଦ୍ୱାରା ୩ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବୁଲେଟ୍ ଟଏ ଟ୍ରେନ୍ ।

ସୂଚନାନୁସାରେ, ଦୀର୍ଘ ଦିନ ଧରି ନନ୍ଦନକାନନରେ ଚିତାବାଘ ନଥିଲେ। ରାଜସ୍ଥାନ କୈଳାସପୁରୀସ୍ଥିତ ଜୟପୁର ଚିଡ଼ିଆଖାନାରୁ ଅଣା‌ଯାଉଥିବା ୪ପ୍ରଜାତିର ୮ ବନ୍ୟପ୍ରାଣୀ ଭିତରେ ଦୁଇଟି ଚିତା ବାଘ ଅଛନ୍ତି । ତେଣୁ ଏଣିକି ପର୍ଯ୍ୟଟକମାନେ ଚିତା ବାଘ ଦେଖିବାକୁ ପାଇବେ । ସେହିଭଳି ଦୁଇଟି ଚିଙ୍କାରା ହରିଣ ଓ ହଳେ ଭାରତୀୟ ଧୂସର ଗଧିଆ, ୨ଟି ଅଣ୍ଡିରା ଥଣ୍ଟିଆ କୁମ୍ଭୀର ଅଛନ୍ତି । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ଶିଶୁ ରେଳ ଓ ରୋପ୍‌-ୱେକୁ ଲୋକାର୍ପଣ କରିବେ। ବନ୍ୟପ୍ରାଣୀ ବିଭାଗ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଶଶୀ ପଲ୍‌ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ, ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ଯୋଗ ଦେବେ ।

ସୂଚନାଯୋଗ୍ୟ, ୨୦୧୪ ମସିହାରୁ ଶିଶୁ ରେଳ ଗାଡ଼ି ଅଚଳ ହୋଇପଡ଼ିଛି । ଭାରତୀୟ ରେଳବାଇ ସୁପାରିଶକ୍ରମେ ୨୦୧୬ ଡିସେମ୍ବର ୯ରୁ ରାଇଟସ୍ ଲିମିଟେଡ୍‌ ପକ୍ଷରୁ ଶିଶୁ ରେଳ ନବୀକରଣ ପାଇଁ ଚୁକ୍ତି ସ୍ବାକ୍ଷର କରିଥିଲା । ପର୍ଯ୍ୟଟକ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ପରିସୀମାକୁ ବୃଦ୍ଧି କରାଯାଇଛି । ରେଳ ଧାରଣା ପାର୍ଶ୍ବରେ ତୃଣଭୋଜି ଜୀବମାନଙ୍କୁ ଛଡ଼ାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ଲାଗି ଡିଜେଲ ଇଂଜିନ ପରିବର୍ତ୍ତେ ବ୍ୟାଟେରି ଚାଳିତ ଇଂଜିନ ବ୍ୟବହାର କରାଯାଇଛି । ରେଳ ଧାରଣରେ ସିମେଣ୍ଟ କଂକ୍ରିଟ ନିର୍ମିତ ସ୍ଲାବ୍ ପକାଯାଇଛି । ଗୋଟିଏ ଡବଲ ବ୍ୟାଟେରି ଇଂଜିନରେ ୫ଟି ବଗି ଲଗାଯାଇଛି ଓ ଏଥିରେ ୭୨ ଯାତ୍ରୀଙ୍କ ଯାତ୍ରା କରିବାର ବ୍ୟବସ୍ଥା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe