ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସହର ଉପକଣ୍ଠ ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡକୁ ହତ୍ୟା କରାଯାଇଛି । ସଂପୃକ୍ତ ସୁରକ୍ଷା କର୍ମୀ ଏକ ମାର୍ବଲ ଦୋକାନରେ କାମ କରୁଥିଲେ । ଦୋକାନ ପଛପଟୁ ଏକ ଘର ଭିତରୁ ସଂପୃକ୍ତ ସୁରକ୍ଷା କର୍ମୀଙ୍କ ବେକକଟା ମୃତଦେହକୁ ଉଦ୍ଧାର କରାଯାଇଛି । ସଂପୃକ୍ତ ସୁରକ୍ଷା ଗାର୍ଡ କଟକ ଜିଲ୍ଲା କୁସୁମାର ଗଦାଧର ସ୍ୱାଇଁ ବୋଲି ଜଣାପଡିଛି ।
ଗତକାଲି ଅପରାହ୍ନ ୫ ଟାରୁ ଗଦାଧର ଦୋକାନକୁ ଡ୍ୟୁଟି ପାଇଁ ଆସିଥିଲେ । ଆଜି ସକାଳୁ ଘରେ ନପହଂଚିବାରୁ ଖୋଜାଖୋଜି କରିବା ପରେ ଗଦାଧରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉତ୍ୟକ୍ତ ଲୋକେ ଘଟଣା ପରେ କଟକ-ଭୁବନେଶ୍ୱର ରାଜପଥ ଅବରୋଧ କରିଥିଲେ । ପୋଲିସ ହତ୍ୟାକାଣ୍ଡର ତନାଘନା କରୁଛି । କାରଣ ଏ ଯାଏଁ ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/Knifearmedrobbery.jpg)