ବିଏମସି ଅଂଚଳରୁ ଭିକ୍ଷାବୃତ୍ତି ହଟାଇବାକୁ ପଦକ୍ଷେପ : ପ୍ରଥମେ ଚିହ୍ନଟ ପରେ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀରେ ରଖିବାକୁ ନିର୍ଦ୍ଦେଶ

ଆଗାମୀ ଦିନରେ ଆତ୍ମନିର୍ଭଶୀଳ କରିବା ପାଇଁ ନିଆଯିବ ପଦକ୍ଷେପ

59

କନକ ବ୍ୟୁରୋ : ରାଜଧାନୀକୁ ଭିକାରୀମୁକ୍ତ ସହର କରାଯିବ । ହେଲେ କୌଣସି ଭିକାରି ବେକାର ହେବେନି। ସେମାନଙ୍କର ଗୁଣ, କୌଶଳ ଓ ସାମର୍ଥ୍ୟ ଅନୁଯାୟୀ ରୋଜଗାରକ୍ଷମ କରାଯିବ । ଏଥିପାଇଁ ବିଏମ୍‌ସି ତିନିଟି ଭିକାରି ଥଇଥାନ କେନ୍ଦ୍ର କରିବ। ତିନିଟି ଜୋନ୍‌ରେ ତିନିଟି ଥଇଥାନ କେନ୍ଦ୍ର ହେବାକୁ ଥିବାବେଳେ ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ଭିକାରି ରହିବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

ବିଏମ୍‌ସିର ସୂଚନା ଅନୁଯାୟୀ, ଏବେ ପୂରା ଭୁବନେଶ୍ବରରେ କେତେ ଲୋକ ଭିକ୍ଷାବୃତ୍ତି କରୁଛନ୍ତି ତାହା ଚିହ୍ନଟ କରାଯିବ। ସେମାନଙ୍କୁ ଥଇଥାନ କେନ୍ଦ୍ରରେ ରଖି ଆବଶ୍ୟକ ପରାମର୍ଶ ଓ ଆଲୋଚନା ମାଧ୍ୟମରେ ଆତ୍ମନିର୍ଭରଶୀଳ କରାଯିବ। ଏଥିପାଇଁ ଏକ ପେଷାଦାର ସଂସ୍ଥାକୁ ନିୟୋଜିତ କରାଯିବ। ଯିଏ ଭିକାରିଙ୍କୁ ବିଭିନ୍ନ କାର୍ଯ୍ୟ ଦେବ ଏବଂ ସେମାନଙ୍କ ସାମଗ୍ରୀକୁ ବିକ୍ରି କରି ‌ତାଙ୍କୁ ଟଙ୍କା ଦେବ । ଏହାଦ୍ବାରା ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତି ସ୍ବାଭିମାନର ସହ ବଞ୍ଚିପାରିବେ ।

ପ୍ରତ୍ୟେକ ଥଇଥାନ କେନ୍ଦ୍ରରେ ବୟୋଜ୍ୟେଷ୍ଠ ବର୍ଗ, ମହିଳା ଓ ଶିଶୁ ବର୍ଗ, ଭିନ୍ନକ୍ଷମ ବର୍ଗ ରହିବ। ସେମାନଙ୍କୁ ପୃଥକପୃଥକ ରଖାଯିବ । ଏବେ ଭିକାରିମାନଙ୍କୁ ବାସହରାଙ୍କ ସହ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଉଥିବାବେଳେ ଖୁବ୍‌ ଶୀଘ୍ର ସେମାନଙ୍କୁ ପୃଥକପୃଥକ ରଖାଯିବ। ଏକ ପେସାଦାର ସଂସ୍ଥା ଚୟନ ପାଇଁ ଆର୍‌ଏଫ୍‌ପି ଆହ୍ବାନ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି ।

Comments are closed.