କନକ ବ୍ୟୁରୋ : ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହର ଗୁଡ଼ିକ ମଧ୍ୟରେ ଲୋକଙ୍କ ପସନ୍ଦର ସ୍ୱଛ ରାଜଧାନୀ ଭାବେ ଭୁବନେଶ୍ୱରକୁ ସମ୍ମାନ ମିଳିଛି । କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଚଳିତ ବର୍ଷ ସ୍ୱଚ୍ଛ ସହର ସର୍ବେକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରେ ଇନ୍ଦୋର ଏକ ନମ୍ବର ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ସୁରତ । ଶୀର୍ଷ ୧୦ ସହର ମଧ୍ୟରେ ଓଡିଶାର କୌଣସି ସହର ସ୍ଥାନ ପାଇନାହିଁ ।

Advertisment

ତେବେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଭିତରେ ଭୁବନେଶ୍ୱର ସ୍ୱଚ୍ଛତାରେ ଏକ ନମ୍ବର ରହିଛି । ସିଟିଜେନ ଫିଡବ୍ୟାକ ବା ନାଗରିକଙ୍କ ମତାମତ ଅନୁସାରେ ଭୁବନେଶ୍ୱରକୁ ଏହି ସମ୍ମାନ ମିଳିଛି । ସ୍ୱଚ୍ଛ ସର୍ବେକ୍ଷଣରେ ପ୍ରଥମ ଥର ପାଇଁ ଏଥର ସିଟିଜେନ ରିପୋର୍ଟ କାର୍ଡକୁ ଅନ୍ତର୍ଭୁକ୍ତ କରାଯାଇଛି । ଏଥିରେ ୧୧ଟି ପ୍ରସଙ୍ଗକୁ ନେଇ ମୂଲ୍ୟାୟନ କରାଯାଇଥିଲା ।

ସିଟିଜେନ ଫିଡବ୍ୟାକରେ ରାଜଧାନୀ ସହର ଭାବେ ଭୁବନେଶ୍ୱରକୁ ସର୍ବାଧିକ ପଏଣ୍ଟ ମିଳିଛି । ସହରର ଅଧିବାସୀଙ୍କ ସହ ଉତମ ଯୋଗଯୋଗ ରକ୍ଷାକରି ସ୍ୱଚ୍ଛତା ରକ୍ଷା କରିବାରେ ଭୁବନେଶ୍ୱର ମହାନଗର ନିଗମର କାମକୁ ଏଥିରେ ପ୍ରଶଂସା କରାଯାଇଛି । ତେବେ ମୋଟ୍ ସହର ତାଲିକାରେ ଭୁବନେଶ୍ୱର ଏଥର ୮୦ ତମ ସ୍ଥାନରେ ରହିଛି । ଗତବର୍ଷ ଭୁବନେଶ୍ୱର ୧୪୪ତମ ସ୍ଥାନରେ ଥିଲା ।