କନକ ବ୍ୟୁରୋ: ରାଜଧାନୀରେ ଦୁଇ ନାବାଳକ ମାଆକୁ ପିଟି ପିଟି ହତ୍ୟା କରିଥିବା ଘଟଣା ସମସ୍ତଙ୍କ ଆଶ୍ଚର୍ଯ୍ୟ ଚକିତ କରିଛି । କେମିତି ଦୁଇ ନାବାଳକ ଏମିତି ନିଷ୍ଠୁର ହୋଇପାରିଲେ, ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ବାପା ଜେଲରେ ଓ ଘରେ ଥିବା ମାଆଙ୍କ ଦୁର୍ବ୍ୟବହାର ଯୋଗୁଁ ପିଲାମାନେ ମାନସିକ ଆଘାତ ପାଇ ଅଘଟଣ ଘଟାଇଥିବା ଆଶଙ୍କା କରାଯାଉଛି । ଅନ୍ୟପଟେ ଏଥିପାଇଁ ପୁରୀ କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କରିଛନ୍ତି ଅପରାଧୀଙ୍କ ପିଲା ରହୁଥିବା ଛାତ୍ରାବାସର ଅଧ୍ୟକ୍ଷା ।
ରାଜଧାନୀ ଭୁବନେଶ୍ୱରରେ ନିଜ ଜନ୍ମ କଲା ମାଆକୁ ପିଟି ପିଟି ମାରିଦେବା ଭଳି ଘଟଣା ସାମ୍ନାକୁ ଆସିବା ଲୋକଙ୍କୁ ଯେମିତି ଆଶ୍ଚର୍ଯ୍ୟ କରିଛି, ତାଠୁ ଅଧିକ ସନ୍ଦେହ ବଢ଼ାଉଛି, ଏଭଳି ଏକ ଘଟଣା ଘଟିବା ପଛରେ କାରଣ କ’ଣ? ଅଭିଯୋଗ ହୋଇଛି, ଦୁଇ ନାବାଳକଙ୍କ ଲାଳନପାଳନରେ ସମସ୍ୟା ଯୋଗୁଁ ପିଲାଙ୍କ ଭିତରେ ଅପରାଧିକ ମାନସିକତା ଆସିଯାଇପାରେ । ଏନେଇ ଅତି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି ଅପରାଧୀଙ୍କ ପିଲା ରହୁଥିବା ଛାତ୍ରାବାସର ଅଧ୍ୟକ୍ଷା । ଏହି ଅପରାଧିକ ଘଟଣା ପାଇଁ ତକ୍ରାଳୀନ ପୁରୀ ଜେଲର କାରାମଙ୍ଗଳ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି ।
ମାଆକୁ ପିଟି ପିଟି ହତ୍ୟା କରିଥିବା ଦୁଇ ନାବାଳକ ଅପରାଧୀଙ୍କ ବାପା ନିହାର ରଂଜନ ପ୍ରଧାନ ପୁରୀ ଜେଲରେ ଆଜୀବନ ସଜା କାଟୁୁୁଛନ୍ତି । କଏଦୀଙ୍କ ପିଲାମାନେ ଯେପରି ଅପରାଧ ରାସ୍ତାର ପାଦ ନଦିଅନ୍ତି ସେଥିପାଇଁ ସରକାର ଶିକ୍ଷା ନିକେତନ ପ୍ରତିଷ୍ଠା କରିଛନ୍ତି । ଯେଉଁଠି ରହି କଏଦିଙ୍କ ପିଲା ପାଠ ପଢା ସହ ନୈତିକତା ଶିକ୍ଷା ପାଇଥାନ୍ତି । କଏଦୀଙ୍କ ପିଲାଙ୍କୁ ଜେଲ ଛାତ୍ରାବାସକୁ ନେବା ଦାୟିତ୍ୱ ହେଉଛି କାରା ମଙ୍ଗଳ ଅଧିକାରୀଙ୍କର । ହେଲେ ନିହାର ପ୍ରଧାନଙ୍କ ଦୁଇ ପୁଅଙ୍କ କ୍ଷେତ୍ରରେ ପୁରୀ କାରାମଙ୍ଗଳ ଅଧିକାରୀଙ୍କ ଅବହେଳା ଯୋଗୁଁ ଦୁଇ ନାବାଳକଙ୍କୁ ଅପରାଧ ଜଗତକୁ ଠେଲି ଦେଇଛି ବୋଲି ଜେଲ ଛାତ୍ରାବାସର ଅଧ୍ୟକ୍ଷା ଅଭିଯୋଗ କରିଛନ୍ତି ।
ସେପଟେ ନାବାଳକମାନେ କେଉଁ ପରିସ୍ଥିତିରେ ଅପରାଧ ଆଡକୁ ଢଳି ପଡନ୍ତି ସେ ନେଇ ମତ ରଖିଛନ୍ତି ମାନସିକ ରୋଗ ବିଶେଷଜ୍ଞ । ଦୁଇ ନାବାଳକଙ୍କ ବାପା ଜେଲରେ ଥିବାରୁ ସ୍ନେହ ପ୍ରେମର ଅଭାବ ତାଙ୍କ ବ୍ୟବହାର ରୁକ୍ଷତା ଆଣିଥାଇପାରେ । କିମ୍ବା ଘରେ ଥିବା ମା’ଙ୍କ ଦୁର୍ବ୍ୟବହାର ହୁଏତ, ଦୁଇ ପିଲାଙ୍କୁ ଭୁଲ ରାସ୍ତାକୁ ଟାଣି ନେଇଥାଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/22-20.jpg)
/kanak/media/post_attachments/wp-content/uploads/2020/09/vlcsnap-2020-09-19-19h15m35s965.png)
/kanak/media/post_attachments/wp-content/uploads/2020/09/vlcsnap-2020-09-19-19h15m41s469.png)