କ୍ୟାପିଟାଲ ହସ୍ପିଟାଲ ଭ୍ୟାକ୍ସିନ୍ ସେଣ୍ଟର ବୁଲି ଦେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ, ଟିକାକରଣରେ ନାହିଁ ସମସ୍ୟା, ଟିକାରେ ନାହିଁ ଅଭାବ ।

74

କନକ ବ୍ୟୁରୋ: ଭୁବନେଶ୍ୱରରେ କେମିତି ଚାଲିଛି ଟୀକାକରଣ? ବିଭିନ୍ନ ଟୀକାକେନ୍ଦ୍ର ବୁଲି ଦେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଆଜି ସକାଳୁ ସକାଳୁ କ୍ୟାପିଟାଲ ହସ୍ପିଟାଲର ଟିକା କେନ୍ଦ୍ର ବୁଲି ଦେଖିଥିଲେ । କ୍ୟାପିଟାଲ ହସ୍ପିଟାଲର ତିନୋଟି ସ୍ଥାନରେ ଟିକା ଦିଆଯାଉଛି । ଏହାକୁ ବୁଲି ଦେଖିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ୱର ସାଂସଦ ।

କ୍ୟାପିଟାଲ ହସ୍ପିଟାଲର ସବୁ ଟୀକା କେନ୍ଦ୍ରରେ ହେଉଥିବା ଟିକାକରଣରେ କୌଣସି ପ୍ରକାର ସମସ୍ୟା ନାହିଁ ବୋଲି କହିଛନ୍ତି ସାଂସଦ । ଦେଶରେ ବର୍ତ୍ତମାନ ସାଢେ ତିନି କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ଦେଶରେ ଟିକାର କୌଣସି ଅଭାବ ନାହିଁ, ଦେଶର କରୋନା ମୁକାବିଲା ପାଇଁ ମୋଦି ସରକାର ଟୀକାକରଣ ସୁବିଧା ଏବଂ ସୃଙ୍ଖଳିତ ହେଉ ବୋଲି ପ୍ରୟାସ ଜାରି ରଖିଥିବା ମତ ରଖିଛନ୍ତି ଭୁବନେଶ୍ୱର ସାଂସଦ ।