ଆକ୍ରମଣାତ୍ମକ ମୁଦ୍ରାରେ ଅପରାଜିତା । କାର୍ଯ୍ୟାଳୟ ସିଲ ପରେ ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି, ପ୍ରମାଣ ସ୍ୱରୂପ ଦେଇଛି ଫଟୋ ଓ ଭିଡିଓ ।

233

କନକ ବ୍ୟୁରୋ : ଅଫିସ ସିଲ ହେବା ପରେ ରାସ୍ତାକଡରେ ଜନଶୁଣାଣି ଶିବରର ଆୟୋଜନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । କୋଭିଡ ନିୟମ ଉଲ୍ଲଂଘନ ମାମଲାରେ ଗତକାଲି ବିଏମସି ତାଙ୍କର ଅଫିସ ସିଲ କରିଥିଲା । ଅପରାଜିତାଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିବାରୁ ସେ କାର୍ଯ୍ୟାଳୟ ବାହାରେ ଜନ ଶୁଣାଣି ଶିବିର କରିଛନ୍ତି ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଅପରାଜିତା କହିଛନ୍ତି ତାଙ୍କ ମନରେ କାହା ପ୍ରତି ଆକ୍ରୋଶ ନାହିଁ । ତାଙ୍କ କାର୍ଯ୍ୟାଳୟକୁ ଉଦ୍ଦେଶ୍ୟମୂଳକ ଭାବେ ସିଲ କରାଯାଇଛି । ଏଣିକି ଭୁବନେଶ୍ୱରରେ ୩ଟି ଜାଗାରେ ୧୫ ଘଂଟା କାମ କରିବେ, ସେଠାରେ ଲୋକ ଗହଳି ହେଲେ ପ୍ରଶାସନ ଦାୟୀ ରହିବେ, କେମିତି କୋଭିଡ ନିୟମ ପାଳନ କରାଯିବ ସେଇଟା ପ୍ରଶାସନର କାମ ବୋଲି କହିଛନ୍ତି ଅପରାଜିତା ଷଡଙ୍ଗୀ ।

ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନ ଭିଡିଓରେ କୋଭିଡ ନିୟମ ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଥିଲା । ପରେ ଏନେଇ ରାଜନୀତି ଜୋର ଧରିଥିଲା । ଅପରାଜିତା ମଧ୍ୟ ସମୀର ଦାଶ ଓ ଉମା ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଉଭୟ କୋଭିଡ ପଜିଟିଭ ଥାଇ ମଧ୍ୟ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ବୋଲି ଅପରାଜିତା କହିଥିଲେ ।