ଲୋକଙ୍କ ଆଶୀର୍ବାଦ ପାଇ ସାଂସଦ ହୋଇଛି । କୌଣସି ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟ ନହେଉ, ଅଫିସ ସିଲ ହେଲେ ବି ଜନତାଙ୍କର ବିକାଶ କାମ ଜାରି ରହିବ : ଅପରାଜିତା

171

କନକ ବ୍ୟୁରୋ : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଷଡଙ୍ଗୀଙ୍କ ପ୍ରେସମିଟ୍ । ସୋସିଆଲ ମିଡିଆରେ ନିଜ ଜନ୍ମଦିନ ଭିଡିଓ ଭାଇରାଲ ହେବା ପରେ କୋଭିଡ ନିୟମ ଉଲଙ୍ଘନ ହୋଇଥିବା ଅଭିଯୋଗ ହେବା ପରେ ତାଙ୍କ ଅଫିସ ସିଲ କରାଯାଇଛି । ତେବେ ଅଫିସ ସିଲ ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅପରାଜିତା । ଶ୍ରୀମତି ଷଡଙ୍ଗୀଙ୍କ କହିବା ଅନୁସାରେ, ପ୍ରତିଦିନ ମାସ୍କ ପିନ୍ଧି ବିଭିନ୍ନ ଅଂଚଳ ଯାଇ ଲୋକଙ୍କ ସହ ଆଲୋଚନା କରୁଛି ।

ଅଫିସ ସିଲ ମ୍ୟାସେଜ ସମ୍ପର୍କିତ ସୂଚନା ହ୍ୱାଟ୍ସଆପରେ ପାଇଲି । ମୁଁ ବିଜେପିର ଜଣେ ସାଂସଦ, ଲୋକଙ୍କ ଆଶୀର୍ବାଦ ପାଇଛି । କେବଳ ଲୋକଙ୍କ ସେବା ମୋର ଲକ୍ଷ୍ୟ ଏବଂ ଏହାଛଡା ମୋର କୌଣସି ଉଦ୍ଦେଶ୍ୟ ନାହିଁ । କୋଭିଡ ୧୯ ନିୟମ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । କରୋନାଠାରୁ ସମସ୍ତେ ସଚେତନ ରହିବା ଜରୁରୀ । କୌଣସି ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟ ନହେଉ ବୋଲି କହିଲେ ଅପରାଜିତା ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ୮ରେ ମୋର ଜନ୍ମଦିନ ଥିଲା । ୭ରେ ଦିଲ୍ଲୀରୁ ଫେରିବା ବେଳେ ଏୟାରପୋର୍ଟରେ ଅନେକ ପ୍ରଂଶସକ ଥିଲେ । କୁଆଡୁ ଏତେ ପ୍ରଶଂସକ ଆସିଲେ ତାହା ମତେ ଜଣାନାହିଁ । ଅଫିସ ସିଲ ହେଲେ ବି ଲୋକଙ୍କ ପାଇଁ ବିକାଶ କାମ ଜାରିରହିବ । ଏପଟେ ଓଲଟି ବିଜେଡି ବିରୋଧରେ ଆଣିଲେ ପାଲଟା ଅଭିଯୋଗ । ପରୋକ୍ଷରେ ନବୀନଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ଅପରାଜିତା । ବିଜେଡିର କେତେ କାର୍ଯ୍ୟକ୍ରମର ଉଦାହରଣ ଦେଇ ଅଭିଯୋଗ ଆଣିଲେ ବିଜେପି ସାଂସଦ । କହିଲେ, ମହାରଥୀଙ୍କ ଅନ୍ତ୍ୟେଷ୍ଟ୍ରି କ୍ରିୟାରେ ସାମିଲ ଥିଲେ ମନ୍ତ୍ରୀ ସମୀର ଦାଶ । ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି କୌଣସି ବାଧା ରୋକି ପାରିବ ନାହିଁ ।