କନକ ବ୍ୟୁରୋ : ପୁଣି ବିବାଦରେ ଫଶିଯାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ମହାପ୍ରଭୁଙ୍କ ମୁରୁଜରେ ପାଦ ଥୋଇ ବିବାଦଘେରକୁ ଆସିଛନ୍ତି ଅପରାଜିତା । ଗତକାଲି ନାଗାଜ୍ଜୁନ ବେଶ ଅବସରରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲ । ବିଜେପି ସାଂସଦ ଅପରାଜିତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ ମୁରୁଜରେ ଅଙ୍କାଯାଇଥିବା ଠାକୁରଙ୍କ ପ୍ରତିମାରେ ଚଢିଯାଇଥିଲେ ।
ସାଂସଦ ଚଢିବା ଦେଖି ସେଠାରେ ଥିବା ଲୋକେ ତାଙ୍କୁ ଅଟାକାଇଥିଲେ, ପରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିନଥିଲେ ସାଂସଦ । ଏନେଇ ବାରିପଦା ଟାଉନ ଥାନାରେ ଏତଲା ଦେଇଛନ୍ତି ସମାଜସେବୀ ଅରୁଣ କୁମାର ବେହେରା । ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏପରିକି ଘଟଣାକୁ ନେଇ ସେବାୟତ ମହାସଂଘର ସଭାପତି କାମେଶ୍ୱର ତ୍ରିପାଠୀ ମଧ୍ୟ କଡା ପ୍ରତିକ୍ରିୟା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/1-40.jpg)
/kanak/media/post_attachments/wp-content/uploads/2020/11/Screen-Shot-2020-11-28-at-9.21.53-AM.png)