ଏସଡିଜି ରିପୋର୍ଟରେ ଓଡ଼ିଶାର ୧୯ତମ ସ୍ଥାନକୁ ନେଇ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ କଟାକ୍ଷ : ବିଜେଡିକୁ ୫ଟି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ

269

କନକ ବ୍ୟୁରୋ : ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କାଲେ ଅପରାଜିତା । ଦାରିଦ୍ର୍ୟ ଦୂରୀକରଣ, କ୍ଷୁଦାମୁକ୍ତ, ଉନ୍ନତ ଶିକ୍ଷା, ଲିଙ୍ଗ ଭିତ୍ତିକ ସମାନତା ଓ ଆର୍ଥିକ ବିକାଶ କ୍ଷେତ୍ରରେ ଓଡିଶାର ରାଙ୍କ ତଳେ ରହିଛି । ଦାରିଦ୍ର୍ୟ ଦୂରୀକରଣ ତଳ ଆଡୁ ୩, କ୍ଷୁଦାମୁକ୍ତରେ ତଳ ଆଡୁ ୬ , ଆର୍ଥିକ ବିକାଶରେ ତଳ ଆଡୁ ୨ ରେ ରହିଛି ଓଡିଶା । ଏ ସବୁକୁ ନେଇ ବିଜେଡ଼ି ସରକାରକୁ ୫ ପ୍ରଶ୍ନ ପଚାରିଛନ୍ତି ଅପରାଜିତା । ପୂର୍ବରୁ ୬ଟି ପ୍ରଶ୍ନକୁ ମିଶାଇ ସମୁଦାୟ ୧୧ଟି ପ୍ରଶ୍ନର ଉତ୍ତର ମାଗିଛନ୍ତି ଅପରାଜିତା ।

ଦାରିଦ୍ର୍ୟ ଦୂରୀକରଣରେ ତଳ ଆଡୁ ତୃତୀୟ ସ୍ଥାନରେ ଓଡିଶା । ଲୋକ ସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ । ୨୦୧୯ରେ ସ୍ଥିତି ଯାହା ଥିଲା ଏବେ ବି ସେୟା ଅଛି । ଆନ୍ଧ୍ରପ୍ରଦେଶରେ ୯.୨ ପ୍ରତିଶତ ଲୋକ ଜାତୀୟ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଅନେକ ଲୋକ ଏବେ ବି କଚ୍ଚା ଘରେ ରହୁଛନ୍ତି । ଆମ ରାଜ୍ୟରେ ଏକ କୋଟି ବା ୧୪.୨ ପ୍ରତିଶତ ଘର କଚ୍ଚାଘର । ପଶ୍ଚିମବଙ୍ଗରେ କେଵଳ ୬ ପ୍ରତିଶତ ଘର କଚ୍ଚା ଘର । ଆନ୍ଧ୍ର ପ୍ରଦେଶରେ ୩.୨ ପ୍ରତିଶତ ଘର କଚ୍ଚାଘର । ବିଜେଡ଼ି ପାଖରେ ପ୍ରଶ୍ନ, କେନ୍ଦ୍ର ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି । କୁଆଡେ ଗଲା । ବିକାଶ ଦିଶୁନାହିଁ କାହିଁକି । କ୍ଷୁଧାମୁକ୍ତ ବିଭାଗରେ ୨୮ ରାଜ୍ୟ ତାଲିକାରେ ତଳ ଆଡୁ ୬ ନମ୍ବରରେ ଓଡିଶା । ପାଖାପାଖି ୪୮ ପ୍ରତିଶତ ମହିଳା ରକ୍ତହୀନତାରେ ପୀଡିତ । ୫ ବର୍ଷରୁ ଶିଶୁ ମଧ୍ୟରୁ ୨୯ ପ୍ରତିଶତ କୁପୋଷିତ ।

ପ୍ରାଥମିକ ଓ ମାଧ୍ୟମିକ କ୍ଷେତ୍ରରେ ସ୍କୁଲ ଗଲେ ସମାଜ ଶିକ୍ଷିତ ଆଡକୁ ଗତି କକରେ । ୨୦୧୫-୧୬ ଠାରୁ ୮ ଲକ୍ଷ ସ୍କୁଲ ଗଲେ ନାହିଁ । ୫ ଲକ୍ଷ ଘରୋଇ ସ୍କୁଲକୁ ଗଲେ । ୩ ଲକ୍ଷ ପାଠ ଛାଡ଼ିଦେଲେ । ଦେଶର ୮୫ ପ୍ରତିଶତ ସ୍କୁଲରେ ପାଣି ଓ ବିଜୁଳି ଅଛି । ହେଲେ ରାଜ୍ୟରେ ମାତ୍ର ୬୮ ପ୍ରତିଶତ ସ୍କୁଲରେ ପାଣି ଓ ବିଦ୍ୟୁତ ଅଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ନିଜ ନିଜ ଅଂଶ ଦେଉଛନ୍ତି । ତେବେ କେଉଁଠି ଭୁଲ ରହିଯାଉଛି ।

୧୦୩.୫% ମହିଳାଙ୍କ ଉପରେ ଅପରାଧ ମାମଲା ସାମ୍ନାକୁ ଆସିଛି । ମହିଳାଙ୍କ ସୁରକ୍ଷା କ୍ଷେତ୍ର ବିଜେଡ଼ି ସରକାର କରିପାରୁନାହିଁ । ୮.୩ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଲୁଛି । ୨୦୧୫ରୁ କ୍ରମାଗତ ଭାବେ ମହିଳା ମାନଙ୍କ ଉପରେ ଅପରାଧ ବଢ଼ିଚାଲିଛି ।

୨୮ଟି ରାଜ୍ୟ ତାଲିକାରେ ତଳଆଡୁ ଦ୍ବିତୀୟ ନମ୍ବରରେ ଓଡିଶା । ମେକ୍ ଇନ ଓଡିଶା ଭଳି ବିଭିନ୍ନ କାର୍ୟ୍ୟକ୍ରମ ସତ୍ୱେ ଇଜ ଅଫ ଡୁଇଙ୍ଗ ବିଜନେସରେ ଶୂନ । ନୂତନ ଚିନ୍ତାଧାରା କ୍ଷେତ୍ରରେ ଓଡିଶା ୧୨ ଥିଲା ୧୪କୁ ଖସି ଯାଇଛି । ପ୍ରତ୍ୟେକ ଲକ୍ଷେ ଲୋକଙ୍କ ପାଇଁ ୧୨ଟି ବ୍ୟାଙ୍କ ଓଡିଶାରେ ଅଛି । ଲକ୍ଷେ ଲୋକଙ୍କ ପାଇଁ ୧୬ଟି ଏଟିଏମ ଓଡିଶାରେ ଅଛି ।