ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ବିଧାୟକ , ନେତା ଓ ମନ୍ତ୍ରୀ ମାନେ କେମିତି ନିୟମ ଉଲଙ୍ଘନ କଲେ ସେନେଇ କଲେ ଉଲ୍ଲେଖ

164

କନକ ବ୍ୟୁରୋ : କୋଭିଡ ଉଲ୍ଲଙ୍ଘନ ନେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।  ଏଥିରେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ  ନିୟମ ଉଲ୍ଲଙ୍ଘନର  ଫଟୋ ଓ ଭିଡିଓ ଗୁଡିକୁ  ସେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ।

ଚିଠିରେ ପ୍ରଶାସନର କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ  ପକ୍ଷପାତିତା ନେଇ ଅଭିଯୋଗ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଏ ସବୁ ଉପରେ  ୧୫ ଦିନ ମଧ୍ୟରେ  ମୁଖ୍ୟମନ୍ତ୍ରୀ ଉତର ଦେବାକୁ ଅପରାଜିତା ଦାବି କରିଛନ୍ତି । ସେପଟେ ଅପରାଜିତାଙ୍କ ଅଭିଯୋଗ ଉପରେ ଜବାବ ଦେଇଛି ବିଜେଡି ।