କନକ ବ୍ୟୁରୋ : କୋଭିଡ ଉଲ୍ଲଙ୍ଘନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିରେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନର ଫଟୋ ଓ ଭିଡିଓ ଗୁଡିକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ।
ଚିଠିରେ ପ୍ରଶାସନର କୋଭିଡ ନିୟମ ଉଲ୍ଲଙ୍ଘନ ଘଟଣାରେ ପକ୍ଷପାତିତା ନେଇ ଅଭିଯୋଗ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଏ ସବୁ ଉପରେ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉତର ଦେବାକୁ ଅପରାଜିତା ଦାବି କରିଛନ୍ତି । ସେପଟେ ଅପରାଜିତାଙ୍କ ଅଭିଯୋଗ ଉପରେ ଜବାବ ଦେଇଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/42-1.jpg)