ବାପାଙ୍କୁ ମୋ ବସରୁ ଠେଲିଦେବା ଅଭିଯୋଗରେ ଥାନାରେ ଫେରାଦ ହେଲେ ପୁଅ : ୧୬ନମ୍ବର ମୋ ବସର କର୍ମଚାରୀଙ୍କ ବିରୋଧରେ ଦେଲେ ଏତଲା

572

କନକ ବ୍ୟୁରୋ : ମୋ ବସର କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଥାନାରେ ଅଭିଯୋଗ । ଚଳନ୍ତା ବସରୁ ଠେଲିଦେଇଥିବା ଅଭିଯୋଗ ଆଣିଲେ ଯାତ୍ରୀ ନିର୍ମଳେନ୍ଦୁ ପରିଡାଙ୍କ ପୁଅ ସୁବାଶିଷ ପରିଡା । ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ହଂସପାଳରେ ଓହ୍ଲାଇବାବେଳେ ତାଙ୍କୁ ବସ୍ କର୍ମଚାରୀ ଠେଲି ଦେଇଥିଲେ ଓ ବସଟି ତୁରନ୍ତ ଆଗକୁ ଗଡିବାକୁ ଆରମ୍ଭ କରିଥିଲା । ଫଳରେ ତାଙ୍କ ପାଦ ଉପରେ ବସ୍ ଚକା ଚଢ଼ିଯାଇଥିଲା । ବସ ଚକା ଚଢ଼ିଯିବା ପରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଭାବେ ଆହତ ହୋଇଥିବା ନିର୍ମଳେନ୍ଦୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।